STORYMIRROR

Narayan chandra Senapati

Others

3  

Narayan chandra Senapati

Others

ପ୍ରୀତି ଉପହାର

ପ୍ରୀତି ଉପହାର

1 min
378


ଦ୍ୱନ୍ଦ୍ୱ ଆସେ ମନରେ ମୋ

ନେବାପାଇଁ ସିଦ୍ଧାନ୍ତ

କେଉଁ ଦିନ କେଉଁ ତିଥି କେଉଁ ମୁହୂର୍ତ୍ତ

ଆମ ପ୍ରେମ ବାର୍ଷିକୀ

ଦେବି ମୁଁ ପ୍ରୀତି ଉପହାର।


ସେଦିନ ସେ ପହିଲି ଦେଖା

ଚତୁର୍ଆଖିକୁ କଲା ମିଳନ

କି ମଧୁର ଆକର୍ଷଣ !

ତୁମ ଚୋରା ଚାହାଣୀର ଗୋଲାପି ହସପାଇଁ

ମୋ ଲାଜବୋଳା ହସ

ଦେଲି ମୁଁ ପ୍ରୀତି ଉପହାର।


ନିକୋପାର୍କରେ ତୁମ ଦୀର୍ଘ ପ୍ରତୀକ୍ଷା

ମୋର ସାମାନ୍ୟ ବିଳମ୍ବକୁ କଲା ଅଭିମାନ

ଟିକିଏ ପ୍ରେମବୋଳା ବଚନ

କିଣିଦେଲା ତୁମ ହୃଦୟକୁ

ମୁଁ ତୁମକୁ ଭଲପାଏ....କହି

ଶରଧାର ସୁଗନ୍ଧରେ ବିଶ୍ୱାସର ଗୋଲାପ

ଦେଲି ମୁଁ ପ୍ରୀତି ଉପହାର।


କଲେଜର ରଙ୍ଗମଞ୍ଚରେ

ମୁଁ ରାଜା ତୁମେ ମୋ ରାଣୀ

ସୃଷ୍ଟିକଲା ସତ ଅଭିନୟର ପ୍ରେମ କାହାଣୀ

ରୂପାନ୍ତର କଲା ପ୍ରଣୟରେ

ନିଃଶ୍ୱାସର ମିଳନରେ ତୁମ ଓଠରେ ଚୁମ୍ବନ

ଦେଲି ମୁଁ ପ୍ରୀତି ଉପହାର ।


ଦିନପରେ ଗଲା କେତେ ଦିନ

ଆବିର୍ଭାବ ହେଲା କାମଦେବଙ୍କ ନିବେଦନ

ମନ ଆତ୍ମାର ବୈଦିକ ମିଳନରେ

ସମ୍ପର୍କର ସୂତାଖିଅ ବିବାହ

ଯୁଗ ଯୁଗର ମିଳନ ପତି ପତ୍ନୀର

ସିନ୍ଥିରେ ସିନ୍ଦୁର

ଦେଲି ମୁଁ ପ୍ରୀତି ଉପହାର।


କହିପାରିବେ ବନ୍ଧୁ ???

କେଉଁ ଶୁଭବେଳା କେଉଁ ଶୁଭ ମୁହୂର୍ତ୍ତ

ଆମ ପ୍ରେମ ବାର୍ଷିକୀ ...

ପାଳିବି ମୁଁ.......

ଦେବି ତାକୁ ଶରଧାରେ...ସାଇତା

ପ୍ରୀତି ଉପହାର


ନାରାୟଣ ସେନାପତି

ଜମ୍ଭରା,କେନ୍ଦୁଝର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍