STORYMIRROR

Hrushikesh Satpathy

Others

2  

Hrushikesh Satpathy

Others

ପ୍ରୀତି ପଣ

ପ୍ରୀତି ପଣ

1 min
13.3K


ସାଗର ବେଳାରେ ଶୀତ ସକାଳରେ

ମୁକୁଳା ବେଣୀରେ ସଜେଇ ଢେଉ।

କିଏ ତୁ ଅପ୍ସରୀ ସୂରୁଯ ଶେଯକୁ

ଆଖି ପଲକରେ ଶୀତେଇ ଦେଉ !

ଶୀତୂଆ ସକାଳ ଅଳସ ଖରାରେ

ମାଜି ହୋଇଯାଏ ତୋ ସୁନା ଦେହ।

କାହିଁକି ମୁଁ ଯିବି ବଣିଆ ପାଖକୁ

ଦେଇଦେ ମୋତେ ତୁ ତୋ'ରି ହୃଦୟ।

ଶୁଭ ବସନରେ ତୋ ସୁନା ଦେହଟି

ଆହୁରି ସୁନ୍ଦର, ଦେଉଳି ଦିଶେ।

ସଜେଇ ଦେବିଲୋ ତୋ ସୁନାକପାଳ

ପଶ୍ଚିମ ସନ୍ଧ୍ୟାର ନାଲି ପରଶେ।

ଏମିତି ଦେଉଳେ ସାଇତି ରଖିବି

ନିରିମାଖୀ ତୋର ଦେହ ମନକୁ।

ଯେଉଁଠି ନଥିବ କପଟର ଭାବ

ଝୁରୁଥିବି ତୋର ପ୍ରୀତି ପଣକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍