STORYMIRROR

Prasanta kumar Hota

Others Romance

3  

Prasanta kumar Hota

Others Romance

ପ୍ରୀତି ମୋ ପରତେ

ପ୍ରୀତି ମୋ ପରତେ

1 min
13.9K


ପ୍ରୀତି ପାଇଁ ପ୍ରୀତି ଦେଖିଲି ଯୌବନେ

ଅଧରୁ ଅମୃତ ପାନ ପାଇଁ ମନେ

ହେଲି ମୁଁ ଉଚ୍ଚାଟ ନପାଇଲି ଥାଟ

କରିବାକୁ ରାଟ ହେବାକୁ ବିରାଟ।

କାଳ ବୋହିଗଲା କାଳର ଗତିରେ

ସେକାଳର ବଳେ ରହିଲି ମତିରେ

ପାଶୋରି ପୀରତି ପରତେ ହେବାକୁ

ପିରତୀ କି ଛାଡେ ହୃଦୟ ପୀଡାକୁ।

ବିବାହ ବନ୍ଧନେ ବାନ୍ଧିଲି ଘରଣୀ

ଘରଣୀ କି ହେବ ପତ୍ନୀ ପ୍ରଣୟିନୀ

ପ୍ରେୟସୀ ପ୍ରୟାସ ପ୍ରେମ ରସ ପାଇଁ

ବର୍ଷ ବିତିଗଲା ପ୍ରେମ ରସ ଚାହିଁ।

ପୁରସ୍ତ୍ରୀ ପ୍ରେମିକା ନୁହଁ ବୋଲି ଜାଣି

ଗୃହସ୍ଥ ଜଞାଳେ ହେଲି ଅଲଗୁଣି

ପରିବାର ବୋଝ ବଢେ ଅଲକ୍ଷିତ

ପ୍ରେମ ରସ ପାନ ହୋଇଲା ଅତୀତ।

ସମୟ ସ୍ରୋତରେ ପ୍ରୌଢତା ପ୍ରକାଶେ

ଦୁଃଖ ସୁଖ ଭୋଗି ପତ୍ନୀର ପରଶେ

ସପନେ ସବିତା ସଦୁକ୍ତି ବଦନ୍ତି

ପ୍ରେମ କଲେ ସିନା ପ୍ରେମିକା ଉଭାନ୍ତି।

ଚକ୍ଷୁ ଉନ୍ମୀଳନେ ସଧର୍ମିଣୀ ପାଶେ

ପ୍ରୀତି ମଧୁ ପାଇ ବଚନ ପରଶେ

ହୃଦୟର ପ୍ରେମ ଢାଳି ଅବିରତେ

ଜୀବନେ ଦେଖିଲି ପ୍ରୀତି ମୋ ପରତେ।

ପ୍ରୀତି ପାଇଁ ପ୍ରୀତି ଖୋଜୁଥିଲି ଦିନେ

ଥିଲି କିବା ଜାଣି ହୃଦୟ ସ୍ପନ୍ଦନେ

ପ୍ରୀତି ଏକ ମଧୁ ନିଜ ପାଶେ ସଦା

ପ୍ରୀତିର ପୀରତି ଅନ୍ୟ ପ୍ରତି ଶ୍ରଦ୍ଧା ।

ପ୍ରଶାନ୍ତ କୁମାର ହୋତା


Rate this content
Log in