Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Others

3  

Sanjya Tripathy

Others

ପରୀକ୍ଷଣ

ପରୀକ୍ଷଣ

1 min
197


ବର୍ଷା ବିଧୌତ ଧରଣୀର ବକ୍ର ବଂଧୁର ବାହୁବ ଧନୀରେ

। ମୁଁ ପ୍ରଲୁବଧ ପ୍ରିୟାର ପଣତ କାନିରେ

ପରାହତ କାମନାର ହୋଲି ଖେଳି

ଫଗୁଣର ଚିରଂତନୀ ରଂଗରେ ସଜିତ

ମୁଁ ଆବିଷ୍କାର କରେ ମୋର ବିଦ ବିରହ ବେଦନାର ମୂକସାକ୍ଷୀ

ମିତା-ତୁମେ ଚପଳା, ଚଳଚଳା

ନିତ୍ୟ ପରିବର୍ତ୍ତନ ଶୀଳ ଦୁନିଆଁର ସମସ୍ତ ଘାତ ପ୍ରତିଘାତ ଝଡଝଜା ସହିବାର ଶକ୍ତି ଓ ପ୍ରେରଣା ଭରିଦିଅ

ଅବୁଝା ପ୍ରେମିକ ମନରେ

ତୁମରି ଚଲାପଥକୁ ସତୃଷ୍ଣ ନୟନରେ ଚାହିଁ ରହିଥିବା

ଅନତିକ୍ରମଣୀୟ ଦୂରତ୍ବର ମାଇଲ ଖୁଟି

ସେ ଦିଗ୍ୟତ ବିସ୍ତାରୀ ଲେଲିହାନ ଅଗ୍ନିଶିଖା

ବେଳାଭୂମି ଓ ମଶାଣିର ବିଲୁପ୍ତ ପ୍ରାୟ ପ୍ରଜାତି

ଅସଂଖ୍ୟ ଅସ୍ପଷ୍ଟ ପଦଚିହ୍ନ ମଧ୍ୟରୁ

କିଏ ସେ ପରମ ପୁରୁଷ

ପର୍ଯ୍ୟବେକ୍ଷଣ ଓ ଅନୁସଂଧୂମ୍ବାର ବାର୍ତ୍ତାବହ

ଯୁଗସଂଧୂର ଚରମ ମୁହୁର୍ଭର ମୂକସାକ୍ଷୀ

କିଏ ସେ ଯୁଗପୁରୁଷ ?


Rate this content
Log in