STORYMIRROR

shmitaa mohanty

Children Stories

3  

shmitaa mohanty

Children Stories

ପରୀ

ପରୀ

1 min
313

ପରୀ ରାଇଜ ରୁ ଲାଲ୍ ପରୀ ଆସି

ଭେଟି ଦେଲା ମୋତେ ପରୀ ଟିଏ

ଗୋରା ତକ୍ ତକ୍ ଚେହେରା

ପୁଣି କଳା କିଚ୍ କିଚ୍ କେଶ

ଶିଖି ମୁଁ ନଥିଲି ଲୋରୀ

ଶିଖାଇ ଦେଲା ମୋତେ ସିଏ

ଗୀତ ଗାଉଥିଲି ହୋଇ ଗୁଣୁ ଗୁଣୁ

ନାଆଁ ଦେଲି ତାର ଗୁନ୍ ଗୁନ୍

କୋଟିକେ ଗୋଟିଏ ଅଲିଅଳି ସେ ତ

ଗେହ୍ଲେଇ ଫୁହ୍ଲେଇ ଝିଅ

ଆଇ ଡାକୁଥାଏ ଗୁଗୁନୁ

ବାପା ଡାକୁଥାଆନ୍ତି ଗୁନିଆ 

ସବୁଠୁ ସାନ ସେ ସଭଙ୍କ ଗେହ୍ଲେଇ

ମାମା କହେ ତାକୁ ଧନିଆ

ଜାକିଜୁକି ହୋଇ ମାମା ପାଖେ ଶୁଏ

କରେନା ସେ ଅଳି ଅଝଟ

ଭାରି ସରଳିଆ ମନ ଟା ତାର

ନ ଥାଏ କା କାହାଲାଗି କପଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍