Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Rajib Lochan Panigrahy

Children Stories Classics Inspirational

3  

Dr. Rajib Lochan Panigrahy

Children Stories Classics Inspirational

ପରୀ କାହାଣୀ

ପରୀ କାହାଣୀ

1 min
135


ଭଲ ଥିଲା ପିଲା ଦିନ

ମନ ହେଉଥିଲା ଉଛନ

ବିଦ୍ୟାଳୟେ ଆସିଲେ

ଇତିହାସ ଶିକ୍ଷକ

ନିଶ୍ଚିତ କହିବେ ଗପ

ଆମ ମନ ସଂଯତ

କରିବାକୁ କହନ୍ତି

କେତେ ପରୀ କାହାଣୀ

ସର୍ତ୍ତ ଥାଏ ନହସିବାକୁ

ସେ ଜଣେ ଗଳ୍ପ ଭଣ୍ଡାର

ପିଲାଙ୍କ ମନ କାରନ୍ତି ସରସ

ଭାରି ମନେ ପଡନ୍ତି ସେ l

ଛୁଟି ହେଲେ

ମନେ ପଡେ ଆଜା ଘର

ଗାଁ ଦାଣ୍ଡ, ତୋଟାମାଳ

ଖଳା ରେ ଭୋଜି ମଜା

ଆଈ କହନ୍ତି ପରୀକଥା l

ମୋ ଜେଜେ କହନ୍ତି

କେତେ ପରୀକଥା

ଦିନେ ମୁଁ ପଚାରିଲି

କେଉଁ ବହିରେ

ଏ ସବୁ ଲେଖା

କେତେ ପଢିଛ ତୁମେ

କହିଲେ ସେ ମୋତେ

ବଡ ହେଲେ ତୁ

ପଢ଼ିବୁ ଏମିତି କେତେ

ଗପ ଓ ପରୀକଥା

ସେ ଦିନଠୁଁ ମୁଁ

କେତେ ଗପ ଓ କବିତା

ତାରି ଭିତରେ ଖୋଜେ

ପିଲା ଦିନର ପରୀକଥା l



Rate this content
Log in