STORYMIRROR

Biswanath Nayak

Others

4  

Biswanath Nayak

Others

ପରିଧି

ପରିଧି

1 min
26


ଆଖି ପରିଧିକୁ

    ଡେଇଁ ଗଲ ସିନା

         ମନ ପରିଧିରେ ରହିଲ ବନ୍ଦୀ,

ଡେଇଁ ପାରିଲନି

    ସେ ଲକ୍ଷ୍ମଣରେଖା

        ମୋ ସ୍ମୃତି- ପାଶରେ ହୋଇଣ ଛନ୍ଦି। 


କେତେ ବଇଶାଖ

     ବସନ୍ତ ଗଲାଣି

         ଧାରା ଶିରାବଣ ଯାଇଛି ବିତି,

ମୋ ମନର ବୀଣା

      ଆଜି ବି ଗାଉଛି

         ଅତୀତର ସେହି ଅଭୁଲା ଗୀତି। 


ଏବେବି ବନରେ

      ଗାଉଛି କୋଇଲି

          ବହୁଛି ଚଇତି ଶୀତଳ ବାଆ,

ଆଖି ପରିଧିରେ

      ତୁମେ ନାହଁ ବୋଲି

          ଲାଗେନାହିଁ ମୋତେ ଏସବୁ ନୂଆ। 


ମନପକ୍ଷୀ ଯେବେ

      ଡେଣା ଝାଡି ଝାଡି

            ଛୁଇଁବାକୁ ଚାହେଁ ନୀଳ ଆକାଶ,

ଫେରିଆସେ ପୁଣି

        ଧରଣୀ ବୁକୁରେ

             ପାଇଣ ତୁମର ସ୍ମୃତି- ପରଶ। 


ଆଖି ପରିଧିରେ

        ଥିଲ ଯେତେ ଦିନ

             ସବୁ କାହାଣୀର ହୋଇଛି ଇତି,

ମନ ପରିଧିରେ

       ବନ୍ଦୀ ଅନାମିକା

             ତୁମ ନାମ ଆଜି ଦେଲି ମୁଁ 'ସ୍ମୃତି' ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍