STORYMIRROR

Arundhati Senapati

Others

4  

Arundhati Senapati

Others

ପରିଚୟ

ପରିଚୟ

1 min
23.8K

କନ୍ୟାଟିଏ ସାଜି

ବାପାଙ୍କ ଅଗଣାରେ ଖେଳୁଥିଲି।

ଭଉଣୀଟିଏ ସାଜି

ଭାଇର ହାତରେ ରାକ୍ଷୀ ବାନ୍ଧୁ ଥିଲି।

ଘରର ଅଗଣାରୁ ଆରମ୍ଭ କରି ଗ୍ରାମର

ଗ୍ରାମ ଦେବତୀଙ୍କ ପର୍ଯ୍ୟନ୍ତ ଦୀପଟିଏ ଜାଳୁଥିଲି।

ହେଲେ ବାଲ୍ୟ, କୈଶୋର ଅତିକ୍ରମ କରି

ଯୁବାବସ୍ଥା ଆଗତ ହୁଅନ୍ତେ କନ୍ୟାଟିକୁ

ଦାନ କରାଯାଏ ପର ଏକ ଘରକୁ।


ମୁଁ ଅବା ବାଦ୍ ପଡିବି କିପରି !


ଏକ ନୂତନ ପରିଚୟ ପ୍ରାପ୍ତ ହେଲା

ଆଉ ତାହା ଥିଲା କୁଳବଧୂର।


ଯାହାଙ୍କ ହାତ ସହ ଛନ୍ଦି ଦିଆଯାଇଥିଲା

ତାଙ୍କ ନିକଟରେ ମୋର ପରିଚୟ ଥିଲା ପତ୍ନୀର।

ଗୋଟିଏ ଜନ୍ମରେ କେତେ ପରିଚୟରେ

ନାରୀଟିଏ ସତରେ ବନ୍ଧା ।


ହେଲେ ସନ୍ତାନଟିଏ ହିଁ ଗର୍ଭରୁ ଜନ୍ମ ନେଇ

ମୋତେ ପୁଣି ଏକ ପରିଚୟ ଦେଲା

ତାହା ଥିଲା ମାତୃତ୍ବର ପରିଚୟ।


ସ୍ବାମୀତ୍ବ ପରେ ସେ ମଧ୍ୟ ପିତୃତ୍ବରେ ହେଲେ ପରିଚିତ।


ପରିଚୟ ତ' ବଦଳେ ଓ ବଦଳି ଚାଲେ

ହେଲେ ଏକ ମଧୁରତା ଭରିଦିଏ ଜୀବନରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍