STORYMIRROR

Krushna Priya Mohapatra

Others

4.9  

Krushna Priya Mohapatra

Others

ପରିଚୟ

ପରିଚୟ

1 min
187


କୃଷ୍ଣ ପ୍ରିୟା ମହାପାତ୍ର


ଆଖିରେ ଆଖିଏ ସ୍ୱପ୍ନ ଭରି

ଅକୁହା ବେଦନା ସବୁ

ହୃଦୟେ ଚାପି

ତେଜେ ଜନ୍ମମାଟି ଷଠିଘର

ପିତାମାତା, ପରିଜନ ,ସହୋଦର

ମମତା ,ମଧୁରକ୍ଷଣ.........

"ଯା, ତୋ ସଂସାର ଗଢ

ପରକୁ ଆପଣା କର,

ଏବେ ତୋର ଶାଶୁଘର

କେବଳ ନିଜର ଆଉ ସବୁ ପର ।

ବୁଝାଇ କହନ୍ତି .....,

ମା ଲୋ ତୁ ଥିଲୁ ଅମାନତ

ଆଉ କା ଘରର ।

ଏବେ ଏଠି ଦି -ଦିନ କୁଣୀଆ ,

ଇଏ ନୁହେଁ ତୋ ଘର"

ଖଣ୍ଡାଧାରେ ଚାଲୁଥିବୁ ,

ମାପିଚୁପି କଥା ହେବୁ ,

ସେ ରଙ୍ଗରେ ରଙ୍ଗାଇ ନିଜକୁ

ତୁ ଯେବେ ସ୍ନେହ ଶ୍ରଦ୍ଧା ଦେବୁ

ତେବେ ଯାଇ ହୋଇବୁ ତାଙ୍କର।

********************

ଭୁଲିଲା ନିଜକୁ,ସ୍ଵପ୍ନକୁ ଆଉ ଅତୀତକୁ

ସଜାଡୁ ଥିଲା ସମ୍ପର୍କକୁ

କରୁଥିଲା ଅହର୍ନିଶ ତପସ୍ୟା

ହସିବାକୁ ,ହସାଇବାକୁ,

ଶରୀରକୁ ତିଳତିଳ ଜାଳି,

ତଥାପି ହେଲାନି ନିଜର .......।

ସେତେବେଳେ ହାରିଗଲା,

ଯେତେବେଳେ ସେ ଜାଣିଲା ,

ଶାଶୁଘରେ ସିଏ " ପରଝିଅ ",

ମନେ ମନେ ଭାବୁଥିଲା

କେଉଁଠି ତା ଅସ୍ତିତ୍ବ ??

ବାପଘରେ ଦି-ଦିନ କୁଣିଆ...

ଶାଶୁଘରେ ପରଝିଅ!!!

କଣ ତାର ପରିଚୟ ???


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍