ପରିଚୟ ମୋର
ପରିଚୟ ମୋର
ଦୁଇ ହଜାର ଦୁଇ ଶୁଭ ଅକ୍ଟୋବର ମାସ
ପନ୍ଦର ତାରିଖରେ ଜନମ ମୋର,
ଗାଁ କୁଟିକିଆ ଜିଲ୍ଲା କନ୍ଧମାଳ
ସେଥିରେ ଅଛି ଘର ମୋର ।
ଜାତି ମୁଁ କନ୍ଧମାଳ ଓଡ଼ିଶା ପରି ରାଇଜ
ପିତା ଅଟନ୍ତି ପ୍ରଦୀପ ମୋର,
ଖଗ, ଝୁଲି, ଅଭି, ଜନନୀ ଚାରି ଭାଇଭଉଣୀ
ଦଡ଼ିଲି ଅଟେ ମାଆ ଆମର ।
ନେତାଜୀ କଲେଜ ଛାତ୍ର ଅଟେ ମୁହିଁ
ଯୁକ୍ତଦୁଇ ରେ ଦ୍ଵିତୀୟ ସ୍ଥାନ,
ବର୍ତ୍ତମାନ ନେତାଜୀ କଲେଜରେ ଅଧ୍ୟୟନରତ
ଇତିହାସ ବିଭାଗେ ସ୍ନାତକ ।
ଉତ୍କଳ ଜନନୀ ପଣତ ଛାୟା ତଳେ
ସାଧୁଛି ସାହିତ୍ୟ ଜ୍ଞାନ ବଳେ,
ବଣ ପାହାଡ଼ ପ୍ରକୃତି କୋଳରେ
ପ୍ରାଣ ପ୍ରଭାବିତ ଜଳେ ।
ଛୋଟ ଗାଁରେ ମୋର ଜୀବନ ବିତେ
ବୟସ ଉଣେଇଶ ଉପନୀତ,
ମାଁ ପାଟଖଣ୍ଡା ଆଶୀର୍ବାଦରେ
ମୁଁ ଲେଖୁଅଛି କବିତା ନିତି ।
ବୃତ୍ତି ରେ ଚାଷୀ ଦରିଦ୍ର ପସରା ମିଶି
ଇଷ୍ଟଦେବୀ ମାଟି ମାଁ,
ସୁଖରେ ଅଲିଭା ସ୍ବପ୍ନ ଦରିଆରେ ଢେ଼ଉ
ତଥାପି ଲଢ଼ୁଛି ନୌକା ବାହି ।
କବିତା ମାଧ୍ୟମରେ କହୁଛି ନିଜ କଥା
ସଂକ୍ଷିପ୍ତ ପରିଚୟ ମୋର ଗାଥା,
ସକଳ ପ୍ରୟାସ କରୁଛି ମନଧ୍ୟାନେ
ଓଡ଼ିଆ ଭାଷା ହେଉ ବିଶ୍ଵ ବିଖ୍ୟାତ ।
