STORYMIRROR

Chhabi rani Pati

Others

3  

Chhabi rani Pati

Others

ପରିବର୍ତ୍ତନର ସ୍ୱର ମୋ ଗାଁ

ପରିବର୍ତ୍ତନର ସ୍ୱର ମୋ ଗାଁ

1 min
157

"ମୋ ଗାଁ "ପରମ୍ପରାକୁ ଉଇ ଖାଇଲାଣି

ଆଉ ନାହିଁ ଭାଗବତର ଟୁଙ୍ଗୀ,

ସେଠି ଏବେ ଠିଆ କ୍ଲବ ଘରଟେ

ଟୋକା,ଗଡନ୍ତି ବୋତଲ ଭାଙ୍ଗି।

ଚାଟଶାଳୀ ନେଲାଣି ନବକଳେବର

ବିଲ୍ଡିଂ ହେଲାଣି କେଡେ!!

ସତେକି ଗୋଟିଏ ଗେଷ୍ଟ ହାଉସ

ସେଠିକି,ଯିବାପାଇଁ ପିଲା ରଡେ ।।

ଗ୍ରାମଦେବତୀ ମୋ ଡାକିନି ଜଗୁଥିଲେ

ଘୋଡାରେ,ବୁଲୁଥିଲେ ରାତି ସାରା,

ଯମଦୂତ ପରି ଦିନରାତି ବୁଲେ

ଆମ୍ବୁଲାନ୍ସ କେତେ ପରା ।।

ଗୋଟିଏ କୂଅରୁ ପାଣି ପିଉଥିଲୁ

ନିତି ହେଉଥିଲା ଭେଟ ଘାଟ,

ଗୋଟିଏ ତୁଠରେ ମାଜି ହେଉଥୁଲୁ

ଦେଖି,ପୁରି ଯାଉଥିଲା ପେଟ ।।

ଆଜି ନାହିଁ ଆଉ, ସେ ହଜିଲା ଦିନରେ

"ମୋ'ଗାଁ" ଧରିଛି ସହରୀ ଭେକ,

ନିଶା ପାଣି ଖାଇ ମସଗୁଲ ରହି

ଭୁଲିଗଲା ଛୁଆ,ବାପର ଟେକ।।

ନାଲି ଟୁକୁଟୁକୁ ସାଧବ ବୋହୁଟି

ଦାଣ୍ଡେ ଚାଲେ ଢପ ଢ଼ପ,

ହାଇହିଲ ପିନ୍ଧା ଭ୍ୟାନିଟ ବାଲିର

ସରେନି ଆଇଫୋନରେ ଗପ।।

ନିଶ୍ଚିହ୍ନ ଆଜି ମୋ ଗାଁ ଆମ୍ବ ତୋଟା

ନାହିଁ ରଜମଉଜର ଦୋଳି,

ପୋଡ଼ପିଠା ସ୍ୱାଦ ଓଭାନ ଦଉନି

କେକ୍ ,ହେଉଛନ୍ତି ବୋଳାବୋଳି।।

ପରଦୁଖେ ଦୁଃଖୀ ହେଉଥିଲା ଯିଏ

ଆଜି , ଦୁଃଖ ତାର ଦେଖେନା କେହି,

"ମୋ'ଗାଁ" ସଂସ୍କୃତି, ପରମ୍ପରା ଭିତ୍ତି

ଆଧୁନିକତା ନେଲା ଧୋଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍