STORYMIRROR

Shashanka sekhar Ray

Others

5.0  

Shashanka sekhar Ray

Others

ପରିବର୍ତ୍ତନ

ପରିବର୍ତ୍ତନ

1 min
677


ଦିନ ମାସ ଋତୁ ବଦଳିଲା ପରି

ବଦଳୁଥାଏ ଏଠି ମନ

ନିରବ ଝଡର ତାଣ୍ଡବେ

ପତ୍ରଝଡା ଗଛରୁ କଅଁଳେ ନୂଆ ସ୍ଵପ୍ନ ମାନ ।

ପୁରୁଣା ସ୍ମୃତିର କବରେ

ବସି ହସୁଥାଏ ବର୍ତ୍ତମାନ

ସମୟର ଛାଇ ଆଲୁଅ ଖେଳେ

ନିଆରା ଲାଗେ ଏ ଜୀବନ ।

ଅଙ୍କାବଙ୍କା ନଈର ଗତିପଥେ

ତାଳ ଦେଇ ଚାଲେ ପରାଣ

ପ୍ରତିମୂହୁର୍ତ୍ତରେ ଏ ଚଗଲା ମନ

ଆବାହନ କରୁଥାଏ ନୂତନ ।

ବିଧାତାର ଏ ବିଚିତ୍ର ନିୟମ

ସଂପର୍କ ବାନ୍ଧୁଥାଏ ଜଡରୁ ଚେତନ

ଶିଶୁଠାରୁ ବୁଢା କ୍ରମେ

ସବୁକିଛି ଏଠି ହୁଏ ପରିବର୍ତ୍ତନ

ବିବେକ ବ୍ରହ୍ମ ରଖିଲେ ଏ ଦାରୁ ଶରୀରେ

ନବ କଳେରବ ହେବାକୁ ପଡିବ ଜାଣ

ସେଥିପାଇଁ ବେଙ୍ଗ କହେ

ବେଙ୍ଗୁଲୀଲୋ

ମହି କ୍ଷଣ କ୍ଷଣକୁ ଆନ ।

ବଟରପଡା ଭାମଣ୍ଡା ରାଜକନିକା କେନ୍ଦ୍ରାପଡା


Rate this content
Log in