STORYMIRROR

Ajit Kumar Raut

Others

4  

Ajit Kumar Raut

Others

ପରିବର୍ତ୍ତନ

ପରିବର୍ତ୍ତନ

1 min
161


ସମୟର ସଙ୍ଗେ ପରିବର୍ତ୍ତନଭି

ଦେଖୁ ଅଛି ଏ ନୟନେ,

ଅତୀତ କଥାକୁ ବର୍ଣ୍ଣିତ କରୁଛି

ଘଟିଛି ଟି ଏ ଭୁବନେ।୧।


ବଳଦ ଗାଡିରେ ଯାଉ ଥିଲା ବର

ବିଭା ହେବା ପାଇଁ ଦିନେ,

ଆଜି ଯାଉ ଛନ୍ତି ବିଭା ହେବା ପାଇଁ

ଆଧୁନିକ କାରେ ଜନେ।୨।


ଡିଜେର ଧ୍ବନିରେ ଉଛୁଳି ପଡେଟି

ଘନଘୋର ବାଣ ସ୍ବନ୍ନ,

ପୁଣି ତହିଁ ହୁଏ ନୃତ୍ୟ ଅପ୍ରମିତ

ଖୁସିରେ ନାଚନ୍ତି ଜନ।୩।


ଧୋତି କାମିଜକୁ ପିନ୍ଧି ବର ଦିନେ

ଯାଉ ଥିଲା ବିଭା ପାଇଁ,

ହଳଦୀ ରଙ୍ଗରେ ରଙ୍ଗିତ ତା ଧୁତି

ମାଙ୍ଗଳିକ କାର୍ଯ୍ୟ ପାଇଁ।୪।


କନିଆଁ ପିନ୍ଧଣା ହଳଦୀ ରଙ୍ଗିତ

ବିଭାଘରେ ତାର ସାଡି

ଶୁଭ ମୁହୂର୍ତ୍ତରେ ବିଭାଘର ତାର

ଶୁଭ ପରିଧାନ ସାଡି।୫।


ପାଲକି ଉପରେ ବସି ବରବଧୁ

ଆସୁ ଥାନ୍ତି ଧିରେ ଧିରେ,

ବଳଦ ଗାଡ଼ିରେ ବସି ବରଯାତ୍ରୀ

ଚାଲୁଥାନ୍ତି ଧିରେ ଧିରେ।୬।


ମୃଦଙ୍ଗର ଧ୍ବନି କମ୍ପିତ କରେଟି

ଦେଖି ଅଛି ନୟନେ,

ନଶା ଦ୍ରବ୍ୟ ଆଦି ନ ଥିଲାଟି ପୁଣି

ମଦ ଦେଖିନି ଟି ଦିନେ।୭।।


ହେଉ ଥିଲା ତହିଁ ଶାସ୍ତ୍ରୀୟ ବିଭା

ନୀତିନିୟମରେ ଅତି,

ଆଧୁନିକ ଖାଦ୍ୟ ନ ଥିଲା ସେ କାଳେ

ପବିତ୍ରତା ଥିଲା ଅତି।୮।


ଅତି ସମ୍ମାନରେ ସତ୍କାରଟି ଥିଲା

ନ ଥିଲା କଟୁ ବଚନ,

ମଦିରାର ନଶା ନ ଥିଲା ସେ କାଳେ

ନଶା ମୁକ୍ତ ଥିଲା ଦିନ।୯।


ସମୟର ସଙ୍ଗେ ପରିବର୍ତ୍ତନଭି

ଦେଖି ଅଛି ଏ ନୟନେ,

ଅତୀତ କଥାକୁ ବର୍ଣ୍ଣିତ କରୁଛି

ଘଟିଛିଟି ଏ ଭୁବନେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍