Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ପରିବ୍ରାଜକରେ ଘଡ଼ିଏ ତୁ ରହି ଚାହା

ପରିବ୍ରାଜକରେ ଘଡ଼ିଏ ତୁ ରହି ଚାହା

2 mins
417



• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ମୋ ଗାଁ , ମୋ ଗାଁ

• ନୀଳାମ୍ବୁ ଚିଲିକା ଘେରା ବନ ଭୂଇଁ

• ମରାଳ ମାଳିନୀ ସୁରୁଚିର ଦେହୀ

• ମନ ନିଏ କିଣି ତୁ ପରିଦର୍ଶନରେ ଆ

• ପରିବ୍ରାଜକ ରେ ରହି ତୁ ଘଡ଼ିଏ ଚାହାଁ

• ମୋ ଗାଁ ମୋ ଗାଁ ।।

• ଆମ୍ର,ନରୀକେଳ,ବକୁଳ ତରୁରେ

• ଟାଣିଛି ନୀଳାଭ ଚାନ୍ଦୁଆ ରୁଚିରେ

• ଖୋରଧା ମୂଲକେ ମଙ୍ଗଳାଯୋଡି ତା ନାଁ

• ତା ଶଶ୍ୟ ଶ୍ୟାମଳାଙ୍ଗୀ ରୂପକୁ ଘଡ଼ିଏ ଚାହାଁ

• ମୋ ଗାଁ ମୋ ଗାଁ ।।

• ସରଗ ସୁଷମା ଶୋଭା ରେ ପୁରିତ

• ମଘବା ନନ୍ଦନବନ ପାରିଯାତ

• ସମାନ ଶୋଭା ସେ ଦେବ ଦେବୀ ଭୂମଣ୍ଡନା

• ପରିବ୍ରାଜକ ରେ ରହି ତୁ ଘଡ଼ିଏ ଚାହାଁ

• ମୋ ଗାଁ ,ମୋ ଗାଁ ।।

• ନୀଳ ଜଳ ରାଶି ନଳବଣ ନାସି

• ପକ୍ଷୀ ଯୂଥ ମାଳ ବିଚରନ୍ତି ଆସି

• ଦେଖିଲେ ବିଭୋରେ ହେବୁ ତା ପ୍ରେମେ ବାଇଆ

• ପରିବ୍ରାଜକ ରେ ରହି ତୁ ଘଡ଼ିଏ ଚାହାଁ

• ମୋ ଗାଁ,ମୋ ଗାଁ ।।

• ଖଂଅଙ୍ଗା,ଡାଙ୍ଗଳା,ଭେକ୍ଟୀ୍,କେକଣ୍ଡା ମତ୍ସ୍ୟ

• ସେ ଜଳେ ଖେଳନ୍ତି କଙ୍କଡା,ଚୁଙ୍ଗୁଡି ଚାଖ

• ଐତିହ୍ୟ ଭାରା ଏ ରଙ୍ଗ ଯାର ଶ୍ୟାମଳୀମା

• ଜପରିବ୍ରାଜକ ରେ ରହି ତୁ ଘଡ଼ିଏ ଚାହାଁ

• ମୋ ଗାଁ,ମୋ ଗାଁ ।।

• ତା କଟି ମେଖଳା ଶଗଡ଼ିଆ ନଈ

• କୁଳୁକୁଳୁ ହୋଇ ଯାଉଅଛି ବହି

• କିଆ,କେତକୀ ରେ ଝରଇ ମଳୟ ବାଆ

• ପରିବ୍ରାଜକ ରେ ରହି ତୁ ଘଡ଼ିଏ ଚାହାଁ

• ମୋ ଗାଁ , ମୋ ଗାଁ ।।

• ଜଳେ ନାବକେଳୀ କରରେ ଆନନ୍ଦେ

• ଦେଖି ପକ୍ଷୀ କୂଳ ମନ ପ୍ରେମାନନ୍ଦେ

• ମୋ ଗାଁ ଅତିଥି ତୁ ଦେଖ ମୋ ଗାଁଆ ମାଆ

• ପରିବ୍ରାଜକ ରେ ରହି ତୁ ଘଡ଼ିଏ ଚାହାଁ

• ମୋ ଗାଁ,ମୋ ଗାଁ ।।

• ମଠ, ମନ୍ଦିର ମାଳିନୀ ,ଗାଁ ଠାକୁରାଣୀ

• ଦରଶନ କର ମୋ ମା ଶୁଭ ଦାୟିନୀ

• ତୋଓ ଯାତ୍ରାପଥେ ସେ ନିଶ୍ଚୟ ହୋଇବ ସାହା

• ପରିବ୍ରାଜକ ରେ ଘଡ଼ିଏ ତୁ ରହିଯାଆ

• ମୋ ଗାଁ,ମୋ ଗାଁ ।।







Rate this content
Log in