STORYMIRROR

Bunee Tripathy

Others

3  

Bunee Tripathy

Others

ପରିବ୍ରାଜକ

ପରିବ୍ରାଜକ

1 min
114


ହେ ଯାତ୍ରୀ,

ଦିଗନ୍ତ ବିସ୍ତାରି ସୀମା ସରହଦ ଡେଇଁ

ଯାଉଅଣ କେଣେ କ'ଣ ଆଣିବାର ପାଇଁ

ଦୂର ଦିଗବଳୟ ସେପାରିରେ କାଇଁ

ତୃଷିତ ନୟନେ ରହିଛି କେ ତୋ ବାଟକୁ ଚାହିଁ।


ଲଘିଂଯିବୁ ସାତସମୁଦ୍ର ତେରନଈ

ପ୍ରଚାରିବୁ ବାରତା ତୋ ଜନ୍ମଭୂମି ର

ଏଦେଶ ମାଟିର ଗାଥା ବଖାଣିବୁ ତୁହି

ଶୁଣୁଥିବେ ତୋ କଥାକୁ ବିଦେଶୀ ପ୍ରବର।


ବୀର ପ୍ରସବିନୀ ଅଟେ ଭାରତ ଭୂଇଁ

ଦେଶମାତୃକାର ସେବା କରିବାର ପାଇଁ

ହସିହସି ଦିଅନ୍ତି ଜୀବନ କୁଣ୍ଠା କରେନାହିଁ

ଶତୃମିତ୍ର ଭେଦାଭେଦ ରଖନ୍ତି ତ ନାହିଁ।


ପରିବ୍ରାଜକ ସାଜି ଯାଇଥିଲ ତୁମେ

ସର୍ବଧର୍ମ ସମ୍ମିଳନୀ ମଧ୍ଯ କହିବାକୁ କିଛି

ସନାତନ ଧର୍ମ ଆମ କରିବାକୁ ବିଶ୍ବବ୍ଯାପି

ଦିଗନ୍ତ ପଥ ଯାତ୍ରା କରିଥିଲ ସବୁକିଛି ମୁର୍ଚ୍ଛି।


ହେ ମହାମାନବ ତୁମେ ତ ଯୁଗପୁରୁଷ

ସନ୍ଯାସିର ଦିକ୍ଷା ନେଇ ବୁଣିଗଲ ଭାଇଚାରା

ସଭିଙ୍କୁ ମଣି ଆପଣାର ତୁମ ପଥେ କଲ ସାରଥୀ

ଜୀବନର ଲମ୍ବା ଯାତ୍ରାରେ ଅକ୍ଷୟ ହୋଇଲ ପରା।


ଅନ୍ଧାରକୁ ନାଶ କରି ଜାଳିଲ ବର୍ତ୍ତିକା

ଧର୍ମର ବିଗୁଲ ବଜାଇଲ ତୁମେ

କେହି ରହିନାହିଁ ଏ ଭବ ସାଗରେ

ଚାଲିଗଲ ତୁମେ ହୋଇ ସସମ୍ମାନେ।




Rate this content
Log in