STORYMIRROR

Subhalaxmi Nayak

Others

3  

Subhalaxmi Nayak

Others

ପରିବେଶ ସୁରକ୍ଷା

ପରିବେଶ ସୁରକ୍ଷା

1 min
163

ଗଛ କାଟି ପଦା କରୁଛି ମଣିଷ

ପ୍ରକୃତିର କରାଳ ରୂପକୁ ଆବାହନ କରି

ନିଜ ହସ୍ତେ ନିଜ ପାଇଁ ବିପଦ ସୃଷ୍ଟି କରେ

ପରିବେଶକୁ କରେ ନିଜ ଇଚ୍ଛାମତେ ବିଶୃଙ୍ଖଳ

ଯେଉଁଠି ଦିନେ ଥିଲା ଘନ ଜଙ୍ଗଲ

ସବୁଜିମା ଭରା ତରୁଲତା ମାଳ ମାଳ

କେତେ ଯେ ଦୁର୍ଲ୍ଲଭ ପାଦପ ବିରଳ

କ୍ଷଣିକେ ଭୂମିଷ୍ଠ କରିଲେ ଲଗାଇ ଯନ୍ତ୍ର ବଳ

ପ୍ରାକୃତିକ ଦୁର୍ବିପାକରୁ ରକ୍ଷା କରି

ଜଙ୍ଗଲ ଯେ ସମୟରେ ମୌସୁମୀ ସୃଷ୍ଟିକାରୀ

ନିଦାଘ ଗ୍ରୀଷ୍ମରୁ କରିଥାଏ ରକ୍ଷା

ଗଛ କାଟି ବିପଦରେ ପଡ଼ିବା ପ୍ରାଣୀ

ମଣିଷ ଯେ ନୁହେଁ ଏକା

ବିଭିନ୍ନ ଜୀବଜନ୍ତୁଙ୍କ ବାସସ୍ଥାନକୁ ବିଗାଡ଼ି

ଲୋପ ପାଇବାକୁ ବସିଲେଣି ଅନେକ ବନ୍ୟପ୍ରାଣୀ

ଥରେ ଗଲେ ଲୋପ ହୋଇ ବିରଳ ପ୍ରଜାତି

ଆଉ କି ଫେରାଇ ପାରିବ ପୁନଶ୍ଚ ତାହାଙ୍କୁ

କ୍ଷୋଭ ଭରା କଣ୍ଠରେ ପଚାରନ୍ତି ପରିବେଶବିତ୍

ବେଳହୁଁ ଯଦି ଏ ମଣିଷ ପ୍ରଜାତି

ସାବଧାନ ନ ହୋଇବ

ସମୟ ଆସିବ,

ନିଜରି ସତ୍ତାକୁ ଅକାଳରେ ହରାଇବ

ପରିବେଶ ସୁରକ୍ଷାର ଚିନ୍ତା ପ୍ରମୁଖ ପ୍ରସଙ୍ଗ ଯାହା

କେବଳ ଯୋଜନାରେ ସାମିଲ ନ କରି

ପ୍ରକୃତରେ ଜଙ୍ଗଲ ମହତ୍ତ୍ଵ ହୃଦୟଙ୍ଗମ କରି

ବିଶ୍ୱ ତାପନ ବୃଦ୍ଧିକୁ ନିୟନ୍ତ୍ରଣ ପାଇଁ

ଆସ ଆମେ ଗଛ ଲଗାଇବା

ନୂତନ ଜଙ୍ଗଲ ସୃଷ୍ଟି କରିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍