STORYMIRROR

Sunanda Mohanty

Others

4  

Sunanda Mohanty

Others

ପରିବାର

ପରିବାର

1 min
199

ମୋ ପୃଥିବୀ ଗଛର 

ରଙ୍ଗ ଯେବେ ହଳଦିଆ 

ଫୁଲ ଭଳି ସ୍ନେହ ଶ୍ରଦ୍ଧା ଡାଳରେ ତାହାର 

ସେତେବେଳେ ମୋ ପୃଥିବୀ ସର୍ବସଂହା 

ମନ ଉପବନେ ପ୍ରଜାପତି ଉଡେ 

ଆକାଶରେ ତାରା ଆଖି ମାରେ 

ଚାରିଆଡେ ଜହ୍ନ ଆଲୋକର ରଙ୍ଗ 

ଲାଗେ ଭଙ୍ଗା ଚଷମା ରଙ୍ଗ ପରି 

ଫୁଟପାଥରେ ବିକା କାମଚଳା ଏକଦମ 

ଫିକା ଫିକା ରଙ୍ଗ ଓ ଧୂସର ସବୁଜିମା ବିହୀନ 

ମୋ ନିଜ ଦୃଷ୍ଟି ଭଙ୍ଗୀ 

ମତେ ଚାହେଁ ବଡ ବଡ ଆଖିରେ 

ଯେତେବେଳେ ମୋ ପୃଥିବୀରେ 

ମମତା ମହ୍ଲାର ଆଉ ମାନବିକତା ନଈ 

ରଙ୍ଗ ଦିଶେ ଗାଢ଼ 

ନୁହେଁ ଜମା ବିବର୍ଣ୍ଣ କି 

ଅଦିନିଆ ଝଡ଼ ପରି ରଙ୍ଗ ବିହୀନ 

ସେତେବେଳେ 

ଗଛ କଥା କହେ ପକ୍ଷୀ ଗୀତ ଗାଏ 

ମନ ଉପବନରେ 

ପଶୁମାନେ କବିତା ଲେଖନ୍ତି 

କବିର ଲେଖନୀରୁ ସୃଜନୀ ଝରଣା 

ରଙ୍ଗରେ ଖାଲି ସବୁଜିମା ଭରା ଭରା 

ସେତେବେଳେ ନୀଳକଣ୍ଠ ପରି 

ସବୁ ବିଷ ଓ ଗରଳ ପିଇ ଯିବାକୁ 

ଇଚ୍ଛା ହୁଏ 

ରଙ୍ଗ ସବୁ ନ୍ଦ୍ରଧନୁ ସାଜେ 

ମୋ ପୃଥିବୀ ଆକାଶର l


Rate this content
Log in