ପରିବାର
ପରିବାର
ମୋ ପୃଥିବୀ ଗଛର
ରଙ୍ଗ ଯେବେ ହଳଦିଆ
ଫୁଲ ଭଳି ସ୍ନେହ ଶ୍ରଦ୍ଧା ଡାଳରେ ତାହାର
ସେତେବେଳେ ମୋ ପୃଥିବୀ ସର୍ବସଂହା
ମନ ଉପବନେ ପ୍ରଜାପତି ଉଡେ
ଆକାଶରେ ତାରା ଆଖି ମାରେ
ଚାରିଆଡେ ଜହ୍ନ ଆଲୋକର ରଙ୍ଗ
ଲାଗେ ଭଙ୍ଗା ଚଷମା ରଙ୍ଗ ପରି
ଫୁଟପାଥରେ ବିକା କାମଚଳା ଏକଦମ
ଫିକା ଫିକା ରଙ୍ଗ ଓ ଧୂସର ସବୁଜିମା ବିହୀନ
ମୋ ନିଜ ଦୃଷ୍ଟି ଭଙ୍ଗୀ
ମତେ ଚାହେଁ ବଡ ବଡ ଆଖିରେ
ଯେତେବେଳେ ମୋ ପୃଥିବୀରେ
ମମତା ମହ୍ଲାର ଆଉ ମାନବିକତା ନଈ
ରଙ୍ଗ ଦିଶେ ଗାଢ଼
ନୁହେଁ ଜମା ବିବର୍ଣ୍ଣ କି
ଅଦିନିଆ ଝଡ଼ ପରି ରଙ୍ଗ ବିହୀନ
ସେତେବେଳେ
ଗଛ କଥା କହେ ପକ୍ଷୀ ଗୀତ ଗାଏ
ମନ ଉପବନରେ
ପଶୁମାନେ କବିତା ଲେଖନ୍ତି
କବିର ଲେଖନୀରୁ ସୃଜନୀ ଝରଣା
ରଙ୍ଗରେ ଖାଲି ସବୁଜିମା ଭରା ଭରା
ସେତେବେଳେ ନୀଳକଣ୍ଠ ପରି
ସବୁ ବିଷ ଓ ଗରଳ ପିଇ ଯିବାକୁ
ଇଚ୍ଛା ହୁଏ
ରଙ୍ଗ ସବୁ ନ୍ଦ୍ରଧନୁ ସାଜେ
ମୋ ପୃଥିବୀ ଆକାଶର l
