STORYMIRROR

Satyabati Swain

Children Stories

4  

Satyabati Swain

Children Stories

ପରି

ପରି

1 min
462

ମୁଦା ଆଖି

ଖୋଲା ମନ

ଇନ୍ଦ୍ରଧନୁ ବୟସ

ପ୍ରଜାପତି  ହୃଦୟରେ

'ପରି' ଦେଖୁଥିଲା

ପାହାଡ଼ ପାହାଡ଼ ସ୍ୱପ୍ନ

ପୋତି ହୋଇ ପଡୁଥିଲା

ଗଦା ଗଦା ସର୍ଗି ଫୁଲ ତଳେ।


ଲାଲ୍ ଶାଢ଼ୀ

ଲାଲ୍ ଚୁଡ଼ି

ଲାଲ୍ ବିନ୍ଦି

ସପନ ପେଡି

ଅଳ୍ପ ଅଳ୍ପ ଦାଢ଼ି ପ୍ରତି

ବଢ଼ୁଥିଲା ଆକର୍ଷଣ

ଅଦେଖା ହାତର ମାୟା

ବିଚିତ୍ର ଅଦ୍ଭୁତ ଅନୁଭବ ରେ

ଖୁନ୍ଦି ହୋଇଯାଉଥିଲା

ମନର ଘର।


ମହକି ଯାଉଥିଲା

ପାରିଜାତ ବାସ୍ନା

ଉଡୁଥିଲା

ଉଚୈଶ୍ରବା ପିଠିରେ

ବସୁଥିଲା

ଐରାଵତ ହାତୀରେ

କନ୍ଦର୍ପଙ୍କ ମାର ଶର

ବଢ଼ାଉଥିଲା ତୃଷ୍ଣା।


ଫୁଲ କଙ୍କି

ଆକାଶ ଜହ୍ନ

ଅନ୍ଧାର ଗଛ

ପାହାଡ଼

ପଶୁ ପକ୍ଷୀ

ସବୁ ସବୁ ଦିଶୁଥିଲେ

ରଙ୍ଗୀନ ରଙ୍ଗୀନ

ପରି କୁ ଛୁଇଁ ଥିଲା

ବସନ୍ତ।


ସବୁ କେମିତି ଥମ୍ ହୋଇଗଲା

କିଏ ତୋଳି ନେଇ

ବୁଟ୍ ତଳେ ଦଳି ଦେଲା

ଏଇ ଏଇ କଢ଼ରୁ ଗୋଟେ ଦିଟା

ପାଖୁଡା ମେଲି

ଫୁଟିବାକୁ ଯାଉଥିବା ପରି ନାମକ ଫୁଲ ।


ଏବେ ଖାଲି ଚାରି ଆଡେ

ପବନ

ହୋ ହଲ୍ଲା

କିଛି ହେବନି ହେ ଚୈତନ୍ୟ

ତୁଚ୍ଛାକୁ ପାଗ ଭିଡା

ଫୁଲ କଣ ଆଉ ଫୁଟିବ

ବଗିଚା ସୁନ୍ଦର କରି

ଅନ୍ଧାର ଘର କଣ ଆଲୁଅ ହେବ!


ପରି ଅତୃପ୍ତ ଆତ୍ମା

ଘୁରି ବୁଲୁଛି

ଗୁମୁରି କାନ୍ଦୁଛି

ନ୍ୟାୟ ଦିଅ ହୋ ଗୋସେଇଁ

ମୁଁ ବଞ୍ଚିବାକୁ ଚାହେଁ

ବାସ ବାଣ୍ଟିବାକୁ ଚାହେଁ

କିଛି କରିବାକୁ ଚାହେଁ

ହେବାକୁ ଚାହେଁ

ଦିଅ ମୋତେ ପୁର୍ନଜୀବନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍