ପ୍ରଗତି
ପ୍ରଗତି
ବିକାଶର ଗତି
ପ୍ରଗତି ଆଡକୁ ନା
ପ୍ରତିଗମନକୁ,
ଜଡର ଗର୍ଭକୁ ନା
ଚେତନାର ଆଲୋକକୁ ?
ଆଲୋକ ସନ୍ଧାନୀ ଆଜି
ଅନ୍ଧାର ବୁକୁରେ ହଜିଛି
ଜ୍ଞାନ ବିନା ପ୍ରବିଧି ବିଜ୍ଞାନ (technology)
ବାଟ ବଣା ହୋଇଛି ,
ଆତ୍ମିକ ବିନା ଆଙ୍ଗିକ
ଆଧ୍ଯାତ୍ମିକ ବିନା ଭୌତିକ
ପ୍ରଗତିର କେତନ ଧରିଛି :::।
ନିର୍ବାଚନ ଏଠି ରଣକ୍ଷେତ୍ର
ପ୍ରତିଦ୍ଵନ୍ଦୀ ଯେତେସବୁ ଶତ୍ରୁ
ଆତତାୟୀ
ଧର୍ମାବତାର ହୋଇଛି
ସେବା ବିନା ସମାଜର
ଟିଙ୍କ ସେ ସାଜିଛି ।
ବିଶ୍ବ ଦେଖ ବଷମୟ ହୋଇଛି
ଭୂମିରୁ ଭୂମିଯାଏ
ଦୁର୍ନୀତି ର ଦୁର୍ଗନ୍ଧ ବ୍ୟାପିଛି
ଜାରଜ ଆଜି ପିତାର ସନ୍ଧାନ ଦେଉଛି ।
ଏତେ ସ୍ବଭାବ ଭିତରେ
ନିଃସଙ୍ଗ ଲାଗୁଛି
ଭାତୃତ୍ବ ର ଦ୍ବାହି ରେ
ଶଙ୍କା ସନ୍ଦେହ ଘାରିଛି ।
ଇର୍ଷା ସ୍ବାର୍ଥ ଅସହିଷ୍ଣୁତା ର ବୀଜ
ମହାଦ୍ରୁମ ହୋଇଛି,
ଯେତେସବୁ ଦୈବୀ ଗୁଣ
ମଣିଷ ଦେହରେ
ଅଭିଶପ୍ତ ଅହଲ୍ୟା ପାଲଟିଛି ।।।
