STORYMIRROR

Jagabandhu Sahu

Others

4  

Jagabandhu Sahu

Others

ପ୍ରେତାତ୍ମା ଓ କୋଠି

ପ୍ରେତାତ୍ମା ଓ କୋଠି

1 min
188

ଥିଲା ଭଙ୍ଗା ଘର ନଥିଲା ଚହଳ

   ଥିଲା ଅମାବାସ୍ଯା ରାତି

ସେଇ ବାଟ ଦେଇ ଯାଉଥିଲି ମୁହିଁ

    ଲିଭିଗଲା ଗାଡି ବତି


ଝିଅଟିଏ କେହି ସେ ଘର ଭିତରେ

     କରୁଥାଏ ଚିତ୍କାର

କିଏଯେ କେଉଁଠି ଅଛ ଭାଇ ମାନେ

    ଆସି ମୋତେ ରକ୍ଷାକର


ଏଇ କଥା ଶୁଣି ସେ ଘର ଭିତରେ

    ଯେମିତି ମୁଁ ପସି ଗଲି

ସେ ଘର ଭିତରେ କଙ୍କାଳ ମୁଣ୍ତଟେ

     ହସୁଥିଲା ଖିଲି ଖିଲି


ଡରି ଯାଇ ବନ୍ଧୁ ଧାଇଁ ମୁଁ ଆସିଲି

    ବାହାରକୁ ଯିବା ପାଇଁ

ଘର କବାଟଟି ବନ୍ଦ ହୋଇଗଲା

    ଖୋଲି ପାରିଲିନି ମୁହିଁ


କିଏ କିଏ ବୋଲି ଯେବେ ପଚାରିଲି

    ଝିଅଟିଏ ଦେଖା ଦେଲା

ତା ରୂପ ଚାହାଣୀ ଏତେ ଭୟଙ୍କର

   ସାହାସ ମୋ ଉଡିଗଲା


ଦେଲା ପରିଚୟ ଆତ୍ମାଯେ ତାହାର

    ସବୁଯେ କହିଲା ଖୋଲି

ନିର୍ଦୟ ଭାବରେ  ବଳତ୍କାର କରି

    ପୋତି ଦେଇଗଲେ ଚାଲି


ସେଇ ଦିନ ଠାରୁ ପ୍ରତିଶୋଧ ପାଇଁ

    ଆତ୍ମା ମୋର ଘୁରି ବୁଲେ

ମୋ ଅତୃପ୍ତଆତ୍ମା ସାନ୍ତ୍ଵନା ପାଇବ

    ସେଇ ଆଠ ଜଣ ମଲେ


ଦୟାକରି ମୋତେ ସାହାଯ୍ଯ ଯେ କର

    ମୋ ଆତ୍ମାର ମୁକ୍ତି ପାଇଁ

ତୁମ ସାହାଯ୍ଯରେ ସେ ଆଠ ଲୋକକୁ

     ମାରି ପାରିବି ଯେ ମୁହିଁ


ଆତ୍ମା କଥା ଶୁଣି ରାଜି ମୁଁ ହୋଇଲି

  ଜାଗା ଦେଲେ ମୋର ଦେହେ

ମାରି ଆଠ ଜଣ ସେ ଅତୃପ୍ତଆତ୍ମା 

    ଶାନ୍ତି ହେଲି ବୋଲି କହେ


ଯାହା ଘଟିଗଲା ସେ ଅଧ ରାତିରେ

   ଅଭୁଲା ହେଲା ସେ ସୃତି

ଫେରିଲା ବେଲକୁ ଘରକୁ ମୋହର

    ପାହି ଆସୁଥାଏ ରାତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍