STORYMIRROR

Shiba Charan Mahapatra

Others

4  

Shiba Charan Mahapatra

Others

ପ୍ରେମରେ

ପ୍ରେମରେ

1 min
221


ନନ୍ଦନ ବନ ର ରାଜକୁମାରୀ ସେ

ବିଧୁର ମୁଁ ଯାଯାବର

ପ୍ରୀତି ଫଗୁଣରେ ଝୁଲୁଥାଏ ସେ

ମୋ ଜୀବନେ ହାହାକାର..!!୦!!


ବୁଝିଲେନି କେହି ଆମ ପ୍ରେମ ଗଳ୍ପ

ହୃଦୟ ଗୋପନ କଥା

ଚିର ଶତୃ ଯେତେ ଶାଶ୍ଵତ ପ୍ରେମ ର

ଦେଲେ ଯେ' ଅସହ୍ୟ ବ୍ୟଥା..!!୧!!


ନିଜ ଖୁସି ପାଇଁ ସାଜି ପାରିଲିନି

ଦୁନିଆରେ ସ୍ୱାର୍ଥପର

ପ୍ରୀତି ଫଗୁଣରେ ଝୁଲୁଥାଏ ସେ

ମୋ ଜୀବନେ ହାହାକାର..!!୨!!


ମନେଅଛି ଦିନେ ପ୍ରତିଶ୍ରୁତି ଥିଲା

ପ୍ରେମ ରେ ଜିଇଁବୁ ଆମେ

କେବେ ଯଦି ଆସେ ଦାରୁଣ ମରଣ

ଜଳିବୁ ସାଥେ ଏ ଜନ୍ମେ..!!୩!!


ପାଇବାଟା ନୁହେଁ ପବିତ୍ର ସମ୍ପର୍କ

ତୋଳିଲି ଉତ୍ସର୍ଗ ସ୍ୱର

ପ୍ରୀତି ଫଗୁଣରେ ଝୁଲୁଥାଏ ସେ

ମୋ ଜୀବନେ ହାହାକାର..!!୪!!


ସବୁ କାହାଣୀ ରେ ପୂର୍ଣ୍ଣତା ଭରିଲେ

ଅସମ୍ପୂର୍ଣ୍ଣ କିଏ କୁହ

ସବୁ କବିତାରେ ହସ ଝରୁଥିଲେ

ଅଥୟ ହେବନି ଲୁହ..!?୫!!


ସେ ପାଇଁ ବନ୍ଧୁ ହେ' ତ୍ୟାଗ ବଳିଦାନ

ବିଶ୍ୱାସ ରେ ବାନ୍ଧ ଡୋର

ପ୍ରୀତି ଫଗୁଣରେ ପ୍ରିୟା ଝୁଲୁଥାଉ

ଅଧରେ ମାଖି ଅବିର..!!୬!!





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍