STORYMIRROR

Bedanta Bagarty

Children Stories

3  

Bedanta Bagarty

Children Stories

ପ୍ରେମରେ ଜିତିବା ସବୁରି ମନ

ପ୍ରେମରେ ଜିତିବା ସବୁରି ମନ

1 min
168

 ହୃଦୟ ମୁଲ୍ୟ ମଣିଷ ଜୀବନ 

ସମ୍ପର୍କର ମୂଲ୍ୟ ସେ କାହୁଁ ବୁଝିବ

   ପାଇନାହିଁ ଯିଏ ଭଲ  

ନିଜ ସ୍ୱାର୍ଥ ଲାଗି ସମସ୍ତେ ଚାଲନ୍ତି

   ଜଗତେ ବୋଲାଇ ଭଲ ।।


ହୃଦୟର ଭାଷା ବୁଝେ ନାହିଁ କେହି

  ସୁନ୍ଦରତା ଦେଖି ହୋଇ ଅନ୍ଧ  

କର୍ମର ନିଆଁ ଭିତରେ ଅମାନିଆ

   ବୟସକୁ କରେ ବାଧ୍ୟ ।।


ଧନ ଯୋଉବନ ମୋହିନିଏ ମନ

    ମାନବତା ଯାଏ ମରି  

ଦିନକ ସୁଖକୁ ଆଲିଙ୍ଗନ କରି

    ବାନ୍ଧନ୍ତି ସମ୍ପର୍କ ଡ଼ୋରି ।।


ନିଃସ୍ୱାର୍ଥରେ ଯିଏ ଗଢୁଥାଏ ପ୍ରେମ

    ବିଶ୍ୱାସର ସେତୁ ବାନ୍ଧି  

ସିଏ ହିଁ ବୁଝିଛି ସମ୍ପର୍କର ମୂଲ୍ୟ

    ଭରସାରେ ହୁଏ ବାନ୍ଧି ।।


ଦୁଇ ଦିନିଆ ଏ ମଣିଷ ଜୀବନ

   ଭୁଲ୍ ରାସ୍ତାରେ ହୁଏ ଛନ୍ଦି

   ସମ୍ପର୍କର ମୁଲ୍ୟ ବୁଝିଯାଅ ବନ୍ଧୁ 

   ପ୍ରେମର ହୋଇବ ଅମର ।।

ସମ୍ପର୍କର ମାନେ ଶାରିରୀକ ନୁହେଁ

    ଦୁଇଟି ମନର ମିଳନ  

ସମ୍ପର୍କର ଡ଼ୋରୀରେ ବାନ୍ଧି ହୋଇଗଲେ

    ଜିତିବା ସବୁରି ମନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍