STORYMIRROR

Prashanta Padhan

Others

3  

Prashanta Padhan

Others

ପ୍ରେମର ସନ୍ଧ୍ୟା ।।୨।।

ପ୍ରେମର ସନ୍ଧ୍ୟା ।।୨।।

1 min
273

ଲୋହିତ ବର୍ଣ୍ଣର ଅସ୍ତଗାମୀ ସୂର୍ଯ୍ୟ

ଲୁଚିଯାଉଥିଲା ଧିରେ

ନୀଳ ଆକାଶରେ ବାଜୁଥିଲା ବଂଶୀ

ପକ୍ଷୀଙ୍କ କାକଳି ସୁରେ ।।


ପ୍ରେମର ସନ୍ଧ୍ୟାରେ ବିଚରା ପ୍ରେମିକ

ହଜିଛି ମୁଁ ଭାବନାରେ

କାଲି ଆସିବାକୁ କହିଥିଲ ପ୍ରିୟା

ନୟନର ଇସାରାରେ  ।।


ଗଡି ତ ଗଲାଣି ଗୋଧୂଳି ସମୟ

ଆସିନାହଁ କିନ୍ତୁ ତୁମେ

ରୂପସୀ ଜହ୍ନ ବି ଉଇଁ ଆସିଲାଣି

ଝଡ ଉଠେ ଏବେ ମନେ ।।


ଶୁନଶାନ୍ ଏଇ ନିର୍ଜନ ବେଳାରେ

ହୁଏ ଖାଲି ମୁଁ ଅଧିର

ଝିଙ୍କାରୀର ସ୍ୱର ଲାଗୁଛି ଯେମିତି

ତୁମ ପାଉଁଜିର ସୁର  ।।


ସନ୍ଧ୍ୟାଗଡି ଏବେ ଆସିଲା ଶର୍ବରୀ

ଲୁହଝରେ ନୀରବରେ

ଆସିବ କି ନାହିଁ ଜାଣେ ନାହିଁ ପ୍ରିୟା

ତଥାପି ମୁଁ ଅପେକ୍ଷାରେ ।।


Rate this content
Log in