STORYMIRROR

Laxmipriya Sahu

Others

3  

Laxmipriya Sahu

Others

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
232


ମୁଁ ପୂଜାରିଣୀ...

କାହ୍ନlର କି ରାଧାର ନୁହେଁ

ପ୍ରେମର ପୂଜାରିଣୀ

ପ୍ରେମ ଅର୍ଥାତ ରାଧା

ରାଧା ଅର୍ଥାତ ପ୍ରେମ

ବାସ ପୂଜା କରେ ପ୍ରେମ କରେ...


ତୁମ ଠୂ ପ୍ରେମ କ'ଣ ଶିଖିଛି

ତୁମେ କୁହ

ସାରା ସଂସାର ପ୍ରେମରେ ବନ୍ଧା

ତାହା ମାନବିକତା ପ୍ରେମ

ଆଜି ସେ ପ୍ରେମର ଧାରା

କେତେ ଦୂର ପ୍ରବାହିତ

ତାହା ତୁମେ ଜାଣ...


ଆଉ ଏକ ପ୍ରେମ...

ରାଧା କୃଷ୍ଣର

ଭକ୍ତ ଭଗବାନ ର

ଆଉ ତୁମର ମୋର

ଯାହା ସାଧନା ସନ୍ୟାସ

ନିଷ୍ଠା ନିଷ୍କାମ ସମର୍ପଣ ଥିଲା

ସେ ସାଧନା ପୀଠ ରେ

ତ୍ୟାଗ ପୂଜା ବେଦୀ

ଉତ୍ସର୍ଗ ପବିତ୍ରତା ହେଉଛି ମନ୍ତ୍ର...


ହଁ ମନ୍ତ୍ର...

ଯାହା ତୁମେ ଗୁଞ୍ଜରଣ କରିଛ

ମୋ କାନରେ

ଦୁରେଇ ଯିବାର ମନ୍ତ୍ର

ତୁମେ ଯାଅ ଚାଲିଯାଅ...


ତୁମେ ଚନ୍ଦ୍ରାବଳି ର ହୁଅ

ମୀରାର ହୁଅ

ମୁଁ କିନ୍ତୁ ତୁମର ତୁମର

ସାରା ଜୀବନ ତୁମର ହୋଇ ରହିବି

ନଦୀ ସାଗର ବୁକୁରେ

ସ୍ଥାନ କଲା ପରି

ମୁଁ ତୁମ ହୃଦୟ ରେ

ଜାଗା ବାଛି ନେବି....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍