ପ୍ରେମର ପରିଭାଷା
ପ୍ରେମର ପରିଭାଷା
ମନେପଡେ ଖାଲି ତୁମ କଥା
କାହିଁକି କେ ଜାଣି
ବୋଧେ ନିଜଠୁ ଅଧିକ ମୁଁ ତୁମ ଭାବନାରେ
ନାଁ ମନେଅଛି ଏ ମୋହମାୟା ସଂସାର
ହେଲେ କେବଳ ମନେ ଅଛ ତୁମେ
ବେଳେବେଳେ ମନେହୁଏ
ତୁମେ ମୋତେ ବୁଝିପାରନି
ସେଥିପାଇଁ ବୋଧେ
ମୁଁ ସାଥି ହୋଇଯାଏ ତୁମ ପରିସ୍ଥିତିରେ
ଯେମିତି ତୁମ ଖୁସିରେ ଖୁସି ହେବା
ପୁଣି ଦୁଃଖରେ ମୁଁ ଭାଙ୍ଗି ପଡିବା
ଏଇଟା ବୋଧେ
ତୁମ ପ୍ରତି ମୋର ଭଲପାଇବା
ମୋ ଦିନର ଆରମ୍ଭ ଓ ଶେଷ ତୁମେ
ମୋ ଓଠର ହସ ପୁଣି ତୁମେ
କେବେ ଭାବିଛ ତୁମ ବିନା ମୁଁ କେମିତି ବଞ୍ଚେ
ହେଲେ ତୁମକୁ ପାଇ ମୁଁ ବେଶ୍ ଖୁସି
ମୋ ପାଖରେ ଶବ୍ଦର ଅଭାବ
ପ୍ରେମ ସମ୍ପର୍କରେ କହିବାକୁ
ତଥାପି ଅହେତୁକ ବିଶ୍ୱାସ ଅଛି
କେବଳ ତୁମ ଉପରେ......... l
