STORYMIRROR

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
1.4K



ସୂର୍ଯ୍ଯଙ୍କ ପ୍ରଖର ରଶ୍ମିରେ

ତେଜୋଦୀପ୍ତ ବେଳାଭୂମିର

ସୁବର୍ଣ୍ଣବର୍ଣ୍ଣ ସେହି

ବାଲୁକା ରାଶିରେ

ଲହଡ଼ିର ଢେଉ ସାଥେ

ନାଚ଼ି ନାଚ଼ି

ତୁମ ପ୍ରେମରେ

ହୋଇ ମତୁଆଲା

ତୁମେ କହିପାର ୟାକୁ

ପାପ ବା ଯୌବନର ଭୋକ

ଦେଇ ପାର ତାକୁ

ନଷ୍ଟ ଚରିତ୍ରର ଆଖ୍ଯା l


ମୋ ଆଖିର ଭାଷା ଆଉ

ହୃଦୟର ସ୍ପନ୍ଦନକୁ

ନେଇ ଦେଖ,

ତେବେ ତୁମେ ଜାଣିବ ଓ ବୁଝିବ

ମୋ ପ୍ରେମର

ଗଭୀର ପରିଭାଷା ....


****************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍