STORYMIRROR

Kalyani Nanda

Others

3  

Kalyani Nanda

Others

ପ୍ରେମର ଭାଷା

ପ୍ରେମର ଭାଷା

1 min
286

ପ୍ରେମ ହିଁ ଈଶ୍ୱର, ପ୍ରେମ ହିଁ ଉପାସନା,

ପ୍ରେମ ଅଟେ ଏକ ନିଃସ୍ଵାର୍ଥ ଭାବନା,

ଆଖିରେ ଆଖି ମିଶି ପ୍ରକାଶେ ମନ କଥା,

ସେଇ ଯେ ପାବନ ପ୍ରେମର ପରିଭାଷା।


ମନ ବୁଝି ଯାଏ ମନର ଗୋପନ ଭାଷା,

ଅନୁଭବୀ ସେ ତ ବୁଝେ ସିନା, କହିପାରେନା,

ପ୍ରେମ ସେ ତ ଶାଶ୍ୱତ, ନିର୍ମଳ ମନର ଭାବନା,  

କୃଷ୍ଣ ପ୍ରେମରେ ମଗ୍ନ ଯେହ୍ନେ ସେତ ଗୋପବାଳା।


ମହକେ ପ୍ରେମର ସୁମନ ହୃଦୟେ ମାତା ଯଶୋଦା,

ପୁତ୍ର କାହ୍ନୁ ପ୍ରେମେ ପାଗଳୀ ହୁଅନ୍ତି ମାତା ଯଶୋଦା,

କୃଷ୍ଣ ପ୍ରେମରେ ମଜ୍ଜି ମୀରା ଭୁଲିଯାଏ ସାରା ଦୁନିଆ,

ସରଳ, ନିଷ୍ପାପ ହୃଦେ ଥାଏ ଯେ ଶିଶୁର ପ୍ରେମ ଭାବନା।


ପ୍ରେମ ଏକ ଅକୁହା,ଅବୁଝା ମନର ବ୍ୟଥା କଥା,

ମନ ବୁଝି ଯାଏ ହେଲେ ଭାଷାରେ କହି ହୁଏନା।


#ଚତୁର୍ଥ ମହା ସପ୍ତାହ, ଚତୁର୍ଦ୍ଦଶ ପଦୀ କବିତା, ପ୍ରେମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍