ପ୍ରେମପତ୍ର
ପ୍ରେମପତ୍ର
1 min
264
ଇଚ୍ଛା ହୁଏ ,
ସକାଳ ଶିଶିର ଧୁଆ
ଘାସର ଗାଲିଚା ପରେ
ମୁଁ ଲେଖି ବସନ୍ତି
ପୃଥିବୀର ସବୁଠୁ ଆବେଗପୁର୍ଣ୍ଣ ପ୍ରେମପତ୍ର
ଯେଉଁଥିରେ ,ଭରି ରହିଥାନ୍ତା
ତୁମ ସ୍ମୃତି, ପ୍ରୀତି
ଆଉ ପ୍ରଣୟର ମନଲୋଭା ଆଲେଖ୍ୟ,
ଏଣୁତେଣୁ ଟୁପଟାପ କଥାବାର୍ତ୍ତା
ଛୋଟ ଛୋଟ ହସ ,କାନ୍ଦ
ଉଦାସ ଆକାଶ ଆଉ
ଝରଣାର କୁଳୁକୁଳୁ ଗୀତ
କଇଁଫୁଲିଆ ଜହ୍ନ
ହସନ୍ତ ତାରାଙ୍କ ରୋଷଣୀ
ବାସ୍ନାଭରା କଦମ୍ବ ଗଛ --
ପାଉଞ୍ଜି ପିନ୍ଧା ମୋ ପାଦର
ରୁଣୁଝୁଣୁ ନାଦ
ସବୁକିଛି ସାଇତି ଦିଅନ୍ତି
ସେ ପ୍ରେମପତ୍ର ରେ
ତୁମ ହସର ଠିକଣାଟେ ଲେଖି
ଲଫାପାରେ ବନ୍ଦ କରି
ପୋଷ୍ଟ କରିଦିଅନ୍ତି
ସେ ପ୍ରେମପତ୍ରକୁ ଡୁବାଇ
ତୁମ ସ୍ମୃତି -ରଜନୀଗନ୍ଧା ର ଅତରେ ।
