STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ପ୍ରେମିକା

ପ୍ରେମିକା

1 min
374

              ପ୍ରେମିକା

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ,ମଙ୍ଗଳାଯୋଡି, ଖୋର୍ଦ୍ଧା .

---------- --- ୧୬ . ୧୧ . ୨୦୧୯ --- ----------

କୃଷ୍ଣ ନାଗର ବ୍ରଜ କିଶୋର

ଗୋପ ଆକାଶର ଚାନ୍ଦ

ଯେତେ ଗୋପବାଳା ସବୁତ ବାଉଳା

ପ୍ରେମଭୋଳେ ସର୍ବେଅନ୍ଧ ।।


ଏତେ ନାରୀଥିଲେ ଗୋପ ନଗରୀରେ

ବଇଁଶୀ ଚିହ୍ନିଲା ନାହିଁ

ଉଚ୍ଚାଟନ ମନ୍ତ୍ରେ କୁଞ୍ଜ କୁଟୀରୁ

ଡାକେ ଖାଲି ରାଈ ରାଈ‌ ।।


ବଡ଼ ହଟହଟା ତାନାମେ କୁଳଟା

ଅପବାଦ ର ଡେଙ୍ଗୁରା

ଗୋପରେ ବାଜଇ ତଥାପିତ ରାଈ

କୃଷ୍ଣ ପ୍ରେମରେ ଅଧୀରା ।।


ପ୍ରେମିକା ଋଷିଲେ ମନ ହଜିଯାଏ

ଦୂର ଦିଗ୍-ବଳୟ ପାରେ

ସହିବା ଦୂରୁହ ପ୍ରେମିକ ତାପାଇଁ

କେତେ କେତେ ରୂପଧରେ ।।


ପ୍ରେମିକା ର ମାନଭଞ୍ଜନେ କାଚରା

କେବେ ଯୋଗୀବେଶ ହୋଇ

ନାପିତୁଣୀ ବେଶେ ପ୍ରେମିକା ପାଦରେ

ଅଳିତା ନାଇ ଦିଅଇ ।।


ତୋଓପାଇଁ ରାଧା ଏ ଜୀବନ ଅଧା

ତୁଉ ମୋ ଜୀବନ ସାଥୀ

ତୋପଦ କିଙ୍କର ଆରେ ପ୍ରୀୟାମୋର

ଆରେ ସଖୀ ପ୍ରୀୟବତୀ ।।


ଅନାବିଳ ପ୍ରେମେ ପ୍ରେମିକ ପ୍ରେମିକା

ସ୍ୱର୍ଗୀୟ ସେ ଅନୁଭବ

କରନ୍ତି ସଂସାରେ ପ୍ରେମ ଅଦ୍ୱିତୀୟ

ଅବର୍ଣ୍ଣନୀୟ ସେ ଭାବ ।।


ମନଗହନର ଯୈ।ବନ ଆକାଶେ

ପ୍ରେମିକା ତ ଗୋଟେ ଚାନ୍ଦ

ରୂପେଲି ଶୀତଳ ଜୋଛନା ରେ ସତେ

ହଜାଏ ଜୀବନ ଛନ୍ଦ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍