Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmaja Saran

Others

4.0  

Padmaja Saran

Others

ପ୍ରେମିକା

ପ୍ରେମିକା

1 min
224


ଦିନେ ମୁଁ ପ୍ରେମିକା ଥିଲି ତମର

ଚାରିପଟେ ଖୋଲାଥିଲା

ଅନେକ ରାସ୍ତା

ସବୁ ରାସ୍ତାରେ ତମେ ଥିଲ ।


ଥିଲା

ସମୟ ସେପାଖର ତାରୁଣ୍ୟ

ମୃତ୍ୟୁ ନଥିଲା 

ଆମେ ଶୂନ୍ୟରେ ମିଳେଇ ଯାଉଥିଲେ କ୍ରମଶଃ

ଆଉ ଦିନେ ମୁଁ ପ୍ରେମିକା ନଥିଲି ତମର ।


ଅଚାନକ 

ଅନେକ କାନ୍ଥ ଉଠିଗଲା ଚାରିପଟେ

କୋଉଠି ଖୋଲା ନଥିଲା ଦ୍ଵାର

ମୁଁ କ୍ରମଶଃ ହେଉଥିଲି ଜୀର୍ଣ୍ଣଶୀର୍ଣ୍ଣ

ତମେ ଦିଶୁ ନଥିଲ କେଉଁଠି  ।


କେମିତି କେଜାଣି ଅଳ୍ପଦିନ ପରେ 

ଖୋଲିଗଲା ଗୋଟେ ଦ୍ଵାର

ତମେ ନଥିଲ

ମୃତ୍ୟୁ ଥିଲା

ଥିଲା ଅନ୍ଧାର

ମୁଁ ଅପସରି ଯାଉଥିଲି କ୍ରମଶଃ

ଏକା ଏକା ।


Rate this content
Log in