STORYMIRROR

Sandhyarani dash

Others

3  

Sandhyarani dash

Others

ପ୍ରେମିକ

ପ୍ରେମିକ

1 min
113

ପ୍ରେମିକା ମାନଙ୍କୁ ବାସି ବୋଲି କହି

ଅଧା ବାଟେ ଛାଡି ଦେଲୁ,

ନିଜ କଥା ଭାବି ଆଗେଇ ଚାଲିଲୁ

ଭିନ୍ନ ସଂସାର ଗଢିଲୁ।

ନୀରବରେ ବସି କେବେ ତୁ ଭାବିବୁ

ଯେଉଁ ସ୍ତ୍ରୀଟିକୁ ଆଣିଛୁ,

କୁଆଁରୀ ବୟସେ କାହାକୁ କେତେ ସେ

କେମିତିକା ପ୍ରେମ କରିଛି।

ତୁମେ ଯେତେବେଳେ ପ୍ରେମିକ ସାଜିକି

ସ୍ବାମୀତ୍ଵକୁ ବାଣ୍ଟି ଦେଇଛ,

ସିଏ ସତୀ ବୋଲି ହୃଦୟରେ ତୁମ

କେମିତି ଭାବ ଆଣିଛ ।

ସୃଷ୍ଟିର ନିୟମ ଭୁଲ୍ ହୋଇଯିବ

ତୁମେ ଯଦି ଖାଣ୍ଟି ପାଇବ,

କାହାର ପ୍ରେମିକା ସ୍ତ୍ରୀ ଯେ ତୁମର

ଏ କଥା ଭୂଲ୍ ନ ହୋଇବ।

ସେଥି ପାଇଁ ଭାଇ କରନାହିଁ ଦୁଃଖ

ସମୟ ର ସାଙ୍ଗେ ଖେଳିଛି,

ପ୍ରେମିକ ସାଜି କି ଧୋକା ଦେଇ ଦେଇ

ସଚ୍ଚୋଟ ପ୍ରେମିକ ସାଜିଛି।

ଯେମିତି କା କର୍ମ ସେମିତି ହିଁ ଫଳ

ଏ କଥା ଅଟେ ଯେ ସତ,

ମନରେ ଲଗାମ ଦିଅ ହେ ଏଥର

ଛାଡି ଦିଅ ପ୍ରେମ ମତ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍