STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ପ୍ରେମ

ପ୍ରେମ

1 min
386

              ପ୍ରେମ

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି ,ଖୋର୍ଦ୍ଧା .

---------- --- ୩ . ୧୧ . ୨୦୧୯ --- ----------

ପ୍ରେମ ଏକ ଶଦ୍ଦ 

ଅତିବ ପବିତ୍ର   ଅମୃତ ମୟ ସେ ଭାବ

ସେଭାବ ସମୁଦ୍ରେ 

ଲହଡି ଭାଙ୍ଗିଲେ   ମିଳେ ଦିବ୍ୟ ଅନୁଭବ ।।


ପ୍ରେମ ନୈସର୍ଗିକ

ଅତୁଳନୀୟ ତା   ତୁଳନା ବ୍ରହ୍ମାଣ୍ଡେ ନାହିଁ

ପ୍ରେମର ପ୍ରଭାବେ 

ବଶିଭୂତ ସର୍ବେ    ମୃତ୍ୟୁ କୁ ଜିଣିପାରଇ ।।


କୃଷ୍ଣ ପ୍ରେମେ “ବୃଷ-

ଭାନୁ; ଜେମା ନାମେ  ଗୋପେ କେତେ ଅପବାଦ

ସୁଧା ସମ ସେହି

ପ୍ରେମ ବଳେ “ରାଧା-    ରାଣୀ; ଜୀବନ‌ ପବିତ୍ର ।।


କୃଷ୍ଣ ପ୍ରେମେ ବାଇ

ହୋଇଲେ ନିମାଇଁ       ଅମରପଦ ଲଭିଲେ

ପ୍ରେମିକ ପ୍ରବର 

ମୋ କଳା ଠାକୁର   ଉଭା ଆଜି ନୀଳାଚଳେ ।।


ଭକତ ପ୍ରେମରେ ସହ

ହୁଅଇ ବାଇଆ       ବାଙ୍କଚୂଳ ଚକା ଆଖି

ଜୟଦେବ ଗୀତ 

ଦେବଦାସୀ ନୃତ୍ୟ   ପ୍ରେମଭରେ ଶୁଣେ ନିତି ।। 


ଲୋକକଥା କହେ 

କେଦାର ଗଉରୀ       ଅଭିନ୍ନ ଅମର ପ୍ରେମ

ରୋମାଞ୍ଚିତ କରେ 

ଜନମାନସରେ     ସେହି ପ୍ରେମ ଅନୁପମ ।।


କାମ ବିଳାସିତ    

ଦେହଜ କାମନା  ପ୍ରେମ ପଦବାଚ୍ୟ ନୁହେଁ

ମୈଥୁନ କୁ ପ୍ରେମ

ସଙ୍ଗେ ତଉଲିଲେ  ଅପବିତ୍ର ପ୍ରେମ ସିଏ ।।


ଆଜିର ପ୍ରେମିକ

ପ୍ରେମିକା ଏଠାରେ   ସଂଜ୍ଞାହୀନ ପ୍ରେମେ ବାଇ

ଅପବିତ୍ର କରି 

ଶ୍ଵାନସମ ଦେଖ ;   ସେ ନୈସର୍ଗିକ ପ୍ରେମ କାହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍