Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shashanka sekhar Ray

Others

5.0  

Shashanka sekhar Ray

Others

ପ୍ରେମ

ପ୍ରେମ

1 min
184




ତୁମ ଝାଉଁବଣ ସମୁଦ୍ରତଟେ

ଛୁଇଁଥାଏ ଗୋଟେ ଆକାଶ

ମରୀଚିକା କୂଳେ ବସି

ଅଣ୍ଡାଳି ବୁଲେ ମୁଁ

ତୁମ ଗରମ ନିଶ୍ଵାସ

ମରୁର ସପ୍ତଫେଣୀକୁ

କରୁଥାଏ ପାକୁଳି

କି ସୁଆଦ ଲାଗେ ନିଜ ରକ୍ତ ।

ତୁମେ ଅନ୍ଧଟିଏ

ଦେଖାଇପାର ଇନ୍ଦ୍ରଧନୁ

ସଞ୍ଜୟର ବିନା ଦିବ୍ୟଚକ୍ଷୁରେ

ଦକ୍ଷ ଶିକାରୀ ବେଶେ

ଝାମ୍ପିନିଅ ଶିକାର

ବିନା ଦ୍ଵିଧା ଅକ୍ଳଷରେ ।

ମୃତ୍ୟୁ ଛାଡେ ତୁମ ବାଟ

ଜରାଗ୍ରସ୍ତ ଲୋଳିତ ମାଂସ ଛାଡିପାରେନା ଲୋଭ

ଥିବା ଯାଏଁ ଶେଷ ନିଶ୍ଵାସ ।

ସ୍ନାୟୁମାନେ ଅବୋଲକରା

ଛୁଟନ୍ତି ଦିଗରୁ ଦିଗନ୍ତୁ

ଚର୍ମର ଅମୁହାଁଦେଉଳ

ପ୍ରତିଟିଶିଳା ତାର ପ୍ରାଣବନ୍ତ ।

ଦ୍ରବୀଭୁତ ମୋ ଅସ୍ତିତ୍ଵ

ନୂଆ ନୂଆ ଆବେଗେ

ଭୂମିରୁ ଭୂମା ଯାଏଁ ସମସ୍ତ

ଥରୁଥାନ୍ତି ନୀରବ ଚିତ୍କାରେ ।

ସାରିଭାଡି ଅଳସ ଭାଙ୍ଗେ

ଅଜଗର କିଶୋରୀ ମନ

ଝିନ ବସ୍ତ୍ର ଉହାଡେ

ଫୁଟି ଉଠେ ତୁମ ଅଫୁରନ୍ତ ଯୌବନ ।

ନିର୍ଲଜ ଅଲାଜୁକ ପଣ

ଭାଙ୍ଗ ସାମାଜିକ ବାଡବନ୍ଧନ

ଡେଇଁ ନଜର ବନ୍ଦୀ ପାଚେରୀ

ରାଧା ସାଜି ଖୋଜ୍ର କୁଞ୍ଜବନ ।

ବଟରପଡା ରାଜକନିକା

କେନ୍ଦ୍ରପଡା ୭୩୭୭୧୯୭୯୯୯


Rate this content
Log in