STORYMIRROR

Lalita Mohan Mishra

Others

3  

Lalita Mohan Mishra

Others

ପ୍ରେମ

ପ୍ରେମ

1 min
248




ପ୍ରେମ କ'ଣ ଅଢେଇ ଅକ୍ଷରିଆ ଶଦ୍ଦ

ପ୍ରେମ ବାସ୍ତବିକ୍ ସମସ୍ତଙ୍କ ପାଇଁ ପ୍ରହେଳିକା....!!!


ପ୍ରେମ ଭଲପାଇବା ଓ ଭାବନାର ପ୍ରତିକୂଳ

ପ୍ରେମ ଚିର ଶାଶ୍ଵତ ମନର ଆକାଂକ୍ଷା.......!!!


ପ୍ରେମ ବ୍ୟକ୍ତିର ସୁନ୍ଦର ରୂପ ନୁହେଁ

ପ୍ରେମ ଆକର୍ଷଣୀୟ କଥାଭାଷା ଓ ଲୋଭନୀୟ ଯୌବନ ନୁହେଁ....!!!


ପ୍ରେମ ଆଶା ତଥା ପ୍ରଲୋଭନର ମିଳନ ନୁହେଁ

ପ୍ରେମ ସ୍ବାର୍ଥୀ ମନର ନୂତନ ଅଭିପ୍ରାୟ ନୁହେଁ......!!!


ପ୍ରେମୀ ଭଲପାଏ ପ୍ରେମିକର ସୁନ୍ଦର ରୂପକୁ

ପ୍ରେମୀ ଭଲପାଏ ପ୍ରେମିକର ସୁନ୍ଦର ଯୌବନକୁ.....!!!


ପ୍ରେମୀ ଭଲପାଏ ପ୍ରେମିକର ନୀଳ ଆଖିକୁ

ପ୍ରେମୀ ଭଲପାଏ ପ୍ରେମିକର ଗୋରା ଦେହକୁ.....!!!


କିନ୍ତୁ ପ୍ରେମକୁ ଚିହ୍ନିବା ବହୁତ କଷ୍ଟକର.......???


ପ୍ରେମକୁ ଚିହ୍ନିବା ଶିଶୁ ପାଇଁ ଯେତିକି କଷ୍ଟକର

ପ୍ରେମକୁ ଚିହ୍ନିବା ପରିପକ୍ବ ବୟସ୍କ ପାଇଁ ସେତିକି ଜଟିଳ......!!!


ପ୍ରେମିକ ଚାହେଁ ସୁନ୍ଦରୀର ହରିଣୀ ଆଖିକୁ

ପ୍ରେମିକ ଚାହେଁ ସୁନ୍ଦରୀର ରୂପ ଯୌବନକୁ.......!!!


ବାସ୍ତବରେ ପ୍ରେମ ହେଉଛି ଶାଶ୍ବତ ଚିରନ୍ତନ ଓ ସ୍ବତନ୍ତ୍ର

ପ୍ରେମ ମଙ୍ଗଳକାରୀ, କ୍ଷମାଦାୟୀ ଓ ପ୍ରଶଂସାକାରୀ......!!!


ପ୍ରେମ ସ୍ବାର୍ଥରହିତ ନୀରବତା ଅଦୃଶ୍ୟର ପୃଷ୍ଠଭୂମି

ପ୍ରେମ ଶାଶ୍ଵତ ଚରିତ୍ରର ସ୍ବତନ୍ତ୍ର ପରିକଳ୍ପନା.........!!!!


ପ୍ରେମ ସମସ୍ତ ପାର୍ଥିବ ରମଣୀୟତା ପ୍ରତି ଦୃଷ୍ଟିହୀନ

ପ୍ରେମ ଓ ଭଲପାଇବା ଏ ଦୁହେଁ ପରିପୂରକ ଓ ଅଭିନ୍ନ....।।।।


ଲଳିତ ମୋହନ ମିଶ୍ର


Rate this content
Log in