STORYMIRROR

RAJESH MOHAPATRA

Others

3  

RAJESH MOHAPATRA

Others

ପ୍ରେମ

ପ୍ରେମ

1 min
7.4K



ପ୍ରେମ ନୁହେଁ ଏକ ମହମବତୀ
ଫୁଙ୍କିଦେଲେ ଲିଭିଯିବ
ସେତ ଅଟେ ଏକ ଅଖଣ୍ଡ ଜ୍ୟୋତି
ରହି ରହି ଜଳୁଥିବ l

ପ୍ରେମ ନୁହେଁ ଅବା ସାହିତ୍ୟ ଗଣିତ
ସଂଶୋଧନ କରିହେବ
ସେତ ଅଟେ ଏକ ଅଲିଭା ଦାଗ ଯେ
କାଳ କାଳ ରହିଥିବ l

ନୁହେଁ ସେତ ଅବା ଶୁଖିଲା ପତର
ପବନରେ ଉଡିଯିବ
ଅଟେ ସେତ ଏକ ପ୍ରସ୍ତର ଚଟାଣ
ଯୁଗଯୁଗ ଚମକୁ ଥିବ l

ପ୍ରେମ ଯେ ନୁହେଁ ହୀରା ବା ମୋତି
ପଇସାରେ କିଣିହେବ
ସେତ ଅଟେ ଏକ ଦୁର୍ଲଭ ରତ୍ନ
ତାକୁ ମନ ଦେଇ ଜିଣିହେବ l

ପ୍ରେମର ମହତ୍ୱ ନଜାଣି ନବୁଝି
ପ୍ରେମ କରିହୁଏ ନାହିଁ
ହୃଦୟ ନଦେଇ କଥାରେ କଥାରେ
ପ୍ରେମ ମିଳିଯାଏ ନାହିଁ l


இந்த உள்ளடக்கத்தை மதிப்பிடவும்
உள்நுழை