STORYMIRROR

Amitav Sahu

Others

3  

Amitav Sahu

Others

ପ୍ରେମ

ପ୍ରେମ

1 min
88

ଆଖି ତଳର

ଲୁହମିଶା ପ୍ରେମ

ନଈହୋଇ ବୋହିଗଲା

କି ନିପଟ ଖରାରେ ସୁଖିଗଲା

ଜାଣି ହେଲାନି ।


ମନ ସିନ୍ଧୁକରେ

ସାଇତା ପ୍ରେମ

ସ୍ମ୍ରତିପରି ସଞ୍ଚିତ ନିଶ୍ଚୟ

ଦେବାପାଇଁ ବିଶ୍ଵାସଟିଏ ଲୋଡା

ଯାହା ଏଯାବତ ମିଳିଲାନି ।


ଏବେ ପ୍ରେମ

ହାଟ ବଜାରର ସଉଦା ପରି

ମୂଲଚାଲ କରି

କିଣିବିକି ହୁଏ ।

ଅମରତ୍ଵ ବଳିଦାନର ପ୍ରେମ

ମିଳିବା ସପନ

କାଁ ଭାଁ ଦେଖା ଦିଅନ୍ତି

ପ୍ରତିଶୃତିର ଫର୍ଦ୍ଦରେ

ଯାହାକୁ ନେଇ ଲେଖିହେବ

କାହାଣୀଟିଏ

କି କବିତାଟିଏ !!



Rate this content
Log in