STORYMIRROR

Tankadhar Majhi

Others

3  

Tankadhar Majhi

Others

ପ୍ରେମ

ପ୍ରେମ

1 min
205


ମନର ମଣିଷ

ଆଖିର ଢାଙ୍କୁଣୀ ଦେଇ

ଲୁଚି ରହି ଯାଉଛି ନୟନେ

ସେଇଠି ଅନେକ ସ୍ବପ୍ନ 

ବାସ୍ତବ ଭଲି ଲାଗେ ହେଲେ,

କେମିତି କହିବି ତାହାକୁ

ମୋ ଅନ୍ତରର କେତେ କଥା

ଯିଏ ସବୁ ଜାଣି ଅଜଣା ରହୁଛି

ତାକୁ ଯଦି ମୋ ହେପାଜତରେ

ଗିରଫ କରି ରଖି ପାରୁଥାନ୍ତି

ତେବେ କ୍ଷଣିକ ପାଇଁ ହେଲେ ବି 

ହୃଦୟରେ ସାଇତି ରଖି ଦିଅନ୍ତି ।


ସେ ତ ବସନ୍ତର ବାସ୍ନା

କେବେଠୁ ସୃଷ୍ଟି ହେଲା

କେମିତି ବା ଜଣେଇବ,

ଆଜି ଦେଖି ହସୁଥିବ

କାଲି ପୁଣି ଋଷି ଯିବ 

ଏ ବିଭ୍ରାନ୍ତିରେ ପଡ଼ି ପ୍ରେମ

ଗାନ୍ଧାରୀ ପାଳଟି ଯାଏ

ସବୁ ଶୁଣି-ବୁଝି ତ ପାରେ 

ହେଲେ ଦୁଃଖ ଦେଖି ପାରେନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍