STORYMIRROR

linki barik

Others

3  

linki barik

Others

ପ୍ରେମ

ପ୍ରେମ

1 min
183

ସ୍ୱର୍ଗୀୟ ଚିରନ୍ତନ ଶାଶ୍ଵତ ପ୍ରେମ

ସମର୍ପଣ ନୋଭେଲର ଶୀର୍ଷକ ପ୍ରେମ।।


ବିଶ୍ଵାସ ଲିଖନୀରେ ଲିଖନ ପ୍ରେମ 

ଭରସା ଆକାଶେ ତାରକା ପ୍ରେମ।।


ଆନନ୍ଦମୟ ପୁଣି ଯନ୍ତ୍ରଣାଦାୟକ ପ୍ରେମ

ବିରହ ପୁଣି ଈଶ୍ୱରୀୟ ପ୍ରେମ।।


ବିନା ବସନ୍ତରେ ମଳୟ ପ୍ରେମ

ବିନା ରୌଦ୍ରତାପେ ଶିଶିର ପ୍ରେମ।।


ଉତ୍ତପ୍ତ ଖରାରେ ତୁଷାରପାତ ପ୍ରେମ

ବିନା ବାଦଲରେ ବର୍ଷା ଛିଟା ପ୍ରେମ।।


ଅଦିନିଆ ବର୍ଷାରେ ଇନ୍ଦ୍ରଧନୁ ପ୍ରେମ

ପ୍ରମଦ ପୁଲକର ବିହନ ପ୍ରେମ।।


ବିନା ଅନୁଭବରେ ରୋମାଞ୍ଚକ ଋତୁ ପ୍ରେମ

ସୁନାଝରା ପ୍ରଦୋଷର ପୁଲକ ପ୍ରେମ।।


ଭୁବନ ପୟୋଧିର ପୁଳକ ପ୍ରେମ

ଜୀବନ ଅମ୍ବୋଧିର ନିଃଶ୍ୱାସ ପ୍ରେମ।।


ଅପେକ୍ଷା କ୍ଷପାର ମିହିର ପ୍ରେମ

ବିରହ ନକ୍ତର ଭାନୁ ପ୍ରେମ।।


ଅତିଷ୍ଠ ପ୍ରୟୋଗରେ କଳାପି ପ୍ରେମ

ଘୋର ବଳାହକରେ ସରିତ ପ୍ରେମ।।


ମନ ଜୀମୂତେ ତଡ଼ତ୍ ପ୍ରେମ

ହୃଦୟ ପ୍ରସୁନେ ଭ୍ରମର ପ୍ରେମ।।


ଚେତନା ଧରାରେ ଅନଳ ପ୍ରେମ

ଭାବନା ହୁତାସନେ ପୟଃ ଏ ପ୍ରେମ।।


ଭାବନା ଶିଖାରେ କାସାର ପ୍ରେମ

ଦୁର୍ଲ୍ଲଭ ଐସ୍ୱର୍ଗିକ ଦାନ ଏ ପ୍ରେମ।।



Rate this content
Log in