STORYMIRROR

Ajit Kumar Raut

Others

4  

Ajit Kumar Raut

Others

ପ୍ରେମ

ପ୍ରେମ

1 min
320


ପ୍ରେମ ହିଁ ହେଉଛି ଏକ ଅନୁଭବ 

ନିଃସ୍ୱାର୍ଥର ହିଁ ଭାବର 

ମସ୍ତିଷ୍କରୁ ନୁହେଁ ହୃଦୟରୁ ହୁଏ

ନାହିଁ ପଟାନ୍ତର ତାର।


ପ୍ରେମ ସ୍ନେହେ ହୁଏ ଖୁସି ଅନୁଭବ

ନିଃସ୍ୱାର୍ଥ ପ୍ରଭୁ ଭକ୍ତିରେ 

କାମନା ନଥାଏ ଥାଏ ସମର୍ପଣ

ପ୍ରେମର ପରିଭାଷାରେ।


ଯହିଁ ପ୍ରେମ ତାର ସାନ୍ନିଧ୍ୟ ପ୍ରଭୁରେ

ଦୁର୍ଲ୍ଲଭ ଜୀବନ ହୁଏ 

ବୈକୁଣ୍ଠକୁ ଯାଏ ପାଏ ଆଶୀର୍ବାଦ

ଶ୍ରେଷ୍ଠ ହିଁ ପ୍ରେମ ତା ହୁଏ।


ଗାଉ ଥାଏ ନାମ ନରଖେ କାମନା

ଅର୍ପଣ କରେଟି ମନ 

ମନ ସଙ୍ଗେ ମନ ମିଶି ଯାଏ ଯହିଁ 

ସଫଳ ହୁଏ ଜୀବନ।


ରଖେ କର୍ତ୍ତବ୍ୟରେ ସମଭଵ ପ୍ରୀତି

ପ୍ରେମ ଶ୍ରଦ୍ଧା ଅହର୍ନିଶି 

ଧର୍ମ କର୍ମ ଭକ୍ତି ସତ୍ୟ ଅହିଂସାର

ସେବାଭାବ ଅହର୍ନିଶି।


ଜନତା କଲ୍ୟାଣେ ରହିଥାଏ ସଦା

ରାଷ୍ଟ୍ର ପ୍ରେମ ଥାଏ ହୃଦେ 

ପିତୃମାତୃ ସେବା ଗୁରୁ ଜନେ ଭକ୍ତି

ଅତିଥି ଆଦର ହୃଦେ।


ପ୍ରେମ ପତିପତ୍ନୀ ପବିତ୍ର ବନ୍ଧନ

ଗୃହର ନିର୍ମାଣେ ଏହୁ 

ନଥାଏ ଟି ସ୍ୱାର୍ଥ କର୍ତ୍ତବ୍ୟ ବନ୍ଧନ

ପ୍ରେମ ଭକ୍ତି ଶ୍ରଦ୍ଧା ଏହୁ।


ସମାଜ ନିର୍ମାଣେ ଜରୁରୀ ଏହାର

ଗୃହସ୍ତାଶ୍ରମଟି ଏହୁ 

ସମଭାବ ମନ୍ତ୍ର ଥାଏ ଟି ଯହିଁରେ

ଥାଏ ଭକ୍ତିଭାବ ବହୁ।


ସଂସ୍କାର ସଂସ୍କୃତି ଜ୍ଞାନ ଦିଏ ଗୃହ

ସନ୍ତାନେ କରେ ଶିକ୍ଷିତ 

ପବିତ୍ର ପ୍ରେମର ଗୁଞ୍ଜନ ଗୃହରେ

କର୍ମ ଜ୍ଞାନଟି ଅର୍ପିତ।


ଗୃହ ମାତୃଭାଷା ସର୍ବୋପରି ଭାବି

ଶିକ୍ଷା ଦିଏ ସନ୍ତାନକୁ

ଉଜ୍ଜ୍ୱଳ ଭବିଷ୍ୟ ନିର୍ମାଣ ତାଙ୍କରେ

ପଢିଣ ମାତୃଭାଷାକୁ।


ଆତ୍ମନିର୍ଭରଟି କରେ ଟି ସନ୍ତାନେ

ଆତ୍ମବିଶ୍ୱାସଟି ଭରେ 

ପ୍ରେମ ଶ୍ରଦ୍ଧା ଦେଇ ନିର୍ମାଣ ସନ୍ତାନେ

ନିର୍ମାଣ ରାଷ୍ଟ୍ର ହିତରେ।


ଏହୁ ପରା ପ୍ରେମ ପ୍ରେମର ଅମାର

ନିଃସ୍ୱାର୍ଥ ପ୍ରେମଟି ଏହୁ 

ପ୍ରେମ ପରିଭାଷା ପ୍ରେମର ସଂସାର

ମହୀ ମଣ୍ଡଳରେ ଏହୁ।



Rate this content
Log in