Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

3  

Santosh Pattnayak

Others

ପ୍ରେମ

ପ୍ରେମ

1 min
7.0K


ପ୍ରେମ ହିଁ ଜୀବନ ପବିତ୍ର ବନ୍ଧନ

ପ୍ରେମେ ପୁଣି ଭଗବାନ

ପ୍ରେମ ଆମ ମାତା,ପିତା,ଗୁରୁଜନ

ପ୍ରେମେ ଜିଇଁଛି ଜୀବନ....

ପ୍ରେମ ନୁହେଁ ଖାଲି ଦୈହିକ ମିଳନ

ପ୍ରେମ ଅଟେ ଚିର ସୁନ୍ଦର

ପ୍ରେମିକାର ପ୍ରେମ ପ୍ରଣୟରେ ସିନା

ନୂତନ ସୃଷ୍ଟି ସମ୍ଭାର.....

ପ୍ରେମେ ବ୍ରତୀ ହୁଅ ସମର୍ପଣ ଭାବେ

ବିଭୂପଦେ ରହୁ ମନ

ପ୍ରେମରେ ହଜିଲେ ରାଗେ ଅନୁରାଗେ

ଜୀବନ ଦୁର୍ଲଭ ସମ.....

ପ୍ରେମ ତରଳାଏ କଠୋର ହୃଦୟ

ଗର୍ବକୁ କରଇ ଚୂର୍ଣ୍ଣ

ପ୍ରେମ ଏକତାର ମୂଳମନ୍ତ୍ର ଟିଏ

ପ୍ରେମରେ ବିଶ୍ଵକୁ ଜିଣ.....

ପ୍ରେମଟା ପ୍ରେରଣା ମାଦକତା ଭରା

ପ୍ରେମ ଉତ୍ସାହର ସୁଅ

ପ୍ରେମ ପରିଭାଷା ତ୍ୟାଗ,ସ୍ନେହ, ଶ୍ରଦ୍ଧା

ପ୍ରେମରେ ନିମଗ୍ନ ରୁହ.....


Rate this content
Log in