STORYMIRROR

Prasanta kumar Hota

Others

3  

Prasanta kumar Hota

Others

ପ୍ରେମ ତ୍ୟାଗ ଅହଂଭାବ

ପ୍ରେମ ତ୍ୟାଗ ଅହଂଭାବ

1 min
890


ପ୍ରେମ ତ୍ୟାଗ ହାବ କାଟେ ଅହଂଭାବ

ପରୋପକାରରେ କେତେ

ସଭିଙ୍କି ନିଜର କରି ନପାରିଲେ

ସନ୍ତୋଷ ନମିଳେ ସେତେ


ଅହଂକାର ଯେବେ ଶୀଳତା ଶୋଷକ

ଅହଂ ଆବେଶରେ ମନ

ସବୁ ସମ୍ପର୍କରେ ଅହଂକାର ଢାଙ୍କେ

ସ୍ଵଗୁଣକୁ କରେ ହୀନ


ଅହଂ ଆଧିକ୍ୟରେ ଅଙ୍ଗାରକ ତେଜ

ଅହଂ ହୁଏ ଅଧିକୃତ

ଅହଂ ଅଧିରୁଢେ ଆସମ୍ପର୍କ ବଢେ

ଅନାଚାର ଅନାହୂତ


ଅହଂ ଅନଶ୍ଵର ହୁଏ ଅନୁଚର

ଅହଂ ଅନପେତ ହୋଇ

ଅହଂ ଅପନତେ ହୃଦୟ ଆନତେ

ହୃଦୟରେ ଅସ୍ତ ଯାଇ


ଧିରେ ଧିରେ ପ୍ରେମ ହେଲେ ସମର୍ପଣ

ଅହଂ ଆତିଶଯ୍ୟ କଟେ

ପ୍ରେମ ପ୍ରତିକାର ପର ଉପକାର

କରୁଥିଲେ ନିଶ୍ଚେ ହଟେ


ସଭିଙ୍କୁ ନିଜର କରି ପାରୁଥିଲେ

ସାର୍ଥକ ହୁଏ ଜୀବନ

ଜୀବନରେ ଯିଏ ନିଜ ପାଇଁ ବଞ୍ଚେ

ବଞ୍ଚିହେବା ଅକାରଣ


ଜୀବନ ସନ୍ତୋଷ ଖୋଜୁଥାନ୍ତି ସର୍ବେ

ଅନ୍ତର ଅଭିଷ୍ଟ ଯେଣୁ

ସନ୍ତୋଷ ପ୍ରକାଶେ ଅସନ୍ତୋଷ ନାଶେ

ବିଞ୍ଛିଦେଲେ ପ୍ରେମ ରେଣୁ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍