STORYMIRROR

jagabandhu sahu

Others

3  

jagabandhu sahu

Others

ପ୍ରେମ ତୋର ବର୍ଣ୍ଣବୋଧ

ପ୍ରେମ ତୋର ବର୍ଣ୍ଣବୋଧ

1 min
179

ଜୀବନର ଏଇ   ଚଲାବାଟେ ପ୍ରିୟା

    ଦେଖା ହେଲ ଯେବେ ମୋର

ପ୍ରଥମ କରି ମୋ    ହୃଦୟ କାନ୍ଥରେ

    ଲେଖିଲି ନାମ ତୁମର


ହାତ ତୁମ ଧରି    ଚାଲିବା ପାଇଁକି

    ଦେଲି କେତେ ପ୍ରତିଶୃତି

ତୁମ ପାଇଁ ପ୍ରିୟା   ପାହାନ୍ତି ନିଦରେ

     ଦେଖେ ମୁଁ ' ସପନ ନିତି


ସପନରେ ମୋର ବୋହୂ ରାଣୀ ସାଜି

    ଆସୁଛ ଗୋ ପ୍ରିୟା ତୁମେ

କେତେ କଥା ତୁମେ  କହି ଯାଅ ପ୍ରିୟା

    ଆସି ମୋ ମିଠା ସପନେ


ସପନ କଥାକୁ    ଭାବି ଭାବି ପ୍ରିୟା 

    ଲେଖେ ମୁଁ ପ୍ରେମ କବିତା

ସକାଳରୁ ସଞ୍ଜ    ତୁମ ଭାବନାରେ

     ଜଳେଇ ପ୍ରେମ ସଳିତା


ତୁମେ ରାଣୀ ମୋର  ମୁଁ ରାଜା ତୁମର

    ପ୍ରେମ ଅଟେ ଆମ ସୁଧ

ତୁମ କଥା ଭାବି   ଲେଖିଲି କବିତା

    ତୁମ ପ୍ରେମ ବର୍ଣ୍ଣବୋଧ


Rate this content
Log in