ପ୍ରେମ ସତ୍ୟ,ଶିବ, ସୁନ୍ଦର
ପ୍ରେମ ସତ୍ୟ,ଶିବ, ସୁନ୍ଦର
• ପ୍ରେମ ସତ୍ୟ, ଶିବ, ସୁନ୍ଦର
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା.
• ---------- -------------------- ----------
• କେତେ ଦୂରେ ଚାନ୍ଦ ଜଳେ କୁମୁଦିନୀ ପ୍ରେମ
• ଅଭିନ୍ନ ଅଟେ ଶାଶ୍ଵତ ସତ୍ୟ ଚିରନ୍ତନ
•
• ସରସୀ ରେ ସରୋରୁହ ଆକାଶେ ସୂରୁଯ
• ଅଭେଦ୍ୟ ପ୍ରେମ ତାଙ୍କର ବୁଝିବା ଦୁର୍ବୋଧ୍ୟ ।
•
• ମେଘମାଳା ଦୃଶ୍ୟେ ଶୂନ୍ୟେ ବନରେ ମୟୂର
• ପ୍ରେମଭୋଳେ ନୃତ୍ୟ କରେ କାହିଁ ପଟାନ୍ତର ।
•
• ଫୁଲ ଫୁଟେ ହସେ ରସା ମଧୂ ସଉରଭ
• ପ୍ରେମଭରେ ପ୍ରଜାପତି ମହୂମାଛି ଭୃଙ୍ଗ ।
•
• ଶୋଷେ ମଧୂରସ ପୁଣି ଫୁଲେ ଫୁଲେ ଚୁମେ
• ଅଚିନ୍ତ୍ୟମାନ ଏ ପ୍ରେମ ପରାଗ ସଂଗମେ ।
•
• ଅରୁଣ କିରଣ ରେଣୁ ବାୟସ ବସା ରେ
• ପ୍ରଥମ ଷ୍ପର୍ଶେ ପ୍ରେମରେ ଗୀତେ ଡେଣାଝାଡେ ।
•
• କୃଷ୍ଣ ପ୍ରେମେ ରାଧା ଯେହ୍ନେ ଶିବ ଯୋଗମାୟା
• ବେଦପତି ବେଦ ମାତା ସତୀ ଅନୁସୂୟା ।
•
• ସତ୍ୟ, ଶିବ,ସୁନ୍ଦର ସେ ଅଟେ ଚିରନ୍ତନ
• ପ୍ରେମ ଫଲ୍ଗୁ ନଦୀ ଜଳେ କର ପ୍ରେମି ସ୍ନାନ ।
