STORYMIRROR

Ajay kumar Behera

Others

3  

Ajay kumar Behera

Others

"ପ୍ରେମ ସମ୍ପର୍କ"

"ପ୍ରେମ ସମ୍ପର୍କ"

1 min
297

"ପ୍ରେମ "

-----------------------------------

ଦୁଇ ଅକ୍ଷରରେ ଗଢା  

ସତେ ଯେ ନାମଟି ଯାର

ସୁନ୍ଦର ଲାଗଇ ପୁଣି

ପରିଭାଷାଟି ତାହାର।୧।


ତା ବିନା ଏସଂସାରଟି

ଅଟଇ ପୁରା ଅନ୍ଧାର

ଲୋଡ଼ା ହୁଏ ସିଏ ପୁଣି

ସତେ ଅବା ସଭିଙ୍କର।୨।


ମାତୃ ପ୍ରେମ କି ସୁନ୍ଦର

ଲୋଡା ହୁଏ ସଭିଙ୍କର

ଜନ୍ତୁ ,ଜୀବ ପୁଣି ସବୁ

ହେଉ ପଛେ କେ ନର।୩।


ଈଶ୍ୱର ପ୍ରେମରେ ଅବା

ଥରେ ତ ପଡିଛି ଯିଏ

ନିଜ ଦୁଃଖର ପଣକୁ

ସହଜେ ଭୁଲିଛି ସିଏ।୪।


ପ୍ରକୃତିର ପ୍ରେମରେ ତ

ମିଳଇ କେତେ ଆନନ୍ଦ

ଭୁଲି ଯାଉ ଆମେ ପୁଣି

ମନର ଯେତିକି ଛନ୍ଦ।୫।


ପ୍ରେମିକ ପାଇଁ ପ୍ରେମ ତ

ସ୍ୱର୍ଗର ଅମରାବତୀ

ପ୍ରେମରେ ପ୍ରେମରେ ସଦା

ଜଳଇ ନିଇତି ଜ୍ୟୋତି।୬।


ପ୍ରେମକୁ ବୁଝିଛି ଯିଏ

ପ୍ରେମ ପାଇଁ ସଦା ଝୁରେ

ମିଳି ଗଲେ ପ୍ରେମ ଥରେ

ସ୍ୱର୍ଗର ସୁଖ ବି ଝରେ।୭।


ଅନ୍ଧ ପ୍ରେମ ଦୁଃଖ ପାଇଁ

ସେ ପ୍ରେମେ ପଡିଛି ଯିଏ

ସବୁ ଥାଇ ଦିନେ ସିଏ

ଦୀନଟିଏ ହୋଇ ଯାଏ।୮।


ପ୍ରେମରେ ଲାଭ ଯେତିକି

କ୍ଷତି ବି ହୁଏ ସେତିକି

ଈଶ୍ୱରୀୟ ପ୍ରେମରେ ତ

ମିଳେ ସହଜେ ମୁକତି।୯।


ପ୍ରେମ ପ୍ରେମ ପ୍ରେମ ପ୍ରେମ

ପ୍ରେମ ତ ଈଶ୍ୱର ମୟ

ସ୍ୱର୍ଗୀୟ ପ୍ରେମରେ ତ

ଜୀବନ ବି ସୁଖମୟ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍