STORYMIRROR

Prashanta Padhan

Others

3  

Prashanta Padhan

Others

ପ୍ରେମ ରୋଗ

ପ୍ରେମ ରୋଗ

1 min
367

ମହୌଷଧି ନାହିଁ ରୋଗ ସେ ଏମିତି

ଲକ୍ଷଣ ତା ଭିନ୍ନ ଭିନ୍ନ

ଆଖିରୁ ଆରମ୍ଭ ହୃଦୟରେ ଶେଷ

ନାମ ତାର ଅଟେ ପ୍ରେମ ।।

କର୍କଟଠୁ ବେଶୀ ମାରାତ୍ମକ ସିଏ

ଜାଲୁଥାଏ ବାରମ୍ବାର

ମୃତ୍ୟୁଠୁ ଅଧିକ ଯନ୍ତ୍ରଣାଦାୟକ

ନାହିଁ ତାର ଉପଚାର   ।।

ସ୍ୱର୍ଗସୁଖ ଦିଏ କ୍ଷଣିକର ପାଇଁ

ନୁହେଁ ଯାହା ଚିରସ୍ଥାୟୀ

ପ୍ରେମ ପରିଧିରେ ନର୍କର ଯନ୍ତ୍ରଣା

ପ୍ରତାରଣା ଅଟେ ଦାୟୀ ।।

ପ୍ରେମ ଅଟେ ବନ୍ଧୁ ଚକ୍ରବ୍ୟୁହ ସମ

ପ୍ରେମୀ ଅଟେ ଅଭିମନ୍ୟୁ

ପ୍ରବେଶର ପଥ ରକ୍ତିମ ଗୋଲାପ

ସାତରଙ୍ଗୀ  ଇନ୍ଦ୍ରଧନୁ  ।।

ଫେରିବାର ପଥ ଅଟେ କଣ୍ଟକିତ

ଅସୁରୁଣୀ ମାୟାଜାଲ

ଦଂଶନରେ ତାର କ୍ଷତାକ୍ତ କରାଇ

ଦେଇଯାଏ ସୁଧମୂଳ  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍