STORYMIRROR

Tonish Rohidas

Others Children

3  

Tonish Rohidas

Others Children

ପ୍ରେମ ରେ

ପ୍ରେମ ରେ

1 min
170


ପ୍ରଥମ ଥର ତୁମକୁ ଦେଖିଲି ସେଇ ଭିଜା ସକାଳରେ।

ମନେ ମନେ ତୁମକୁ ଭଲ ପାଇଲି ସାଥି ଏ ହୃଦୟରେ।।

କେତେ ଜନମରୁ ଅପେକ୍ଷା କରିଛି ତୁମରି ବାଟ ପ୍ରିୟା।

ଆଖି ଆଗରେ ଖାଲି ତୁମରି ଚେହେରା ଓ ସାଥିଆ।।

ଆସିଛି ଆଜି ପ୍ରେମ ଋତୁ ଆସ ପ୍ରିୟା ମୋ ହୃଦୟରେ ।।

ଲେଖିବା ସାଥି ହୋଇ ନୂଆ ପ୍ରେମର ଗୀତ ରହିବ ବରଷ ହଜାରେ।।

ତୁମେ ମୋର ଜୀବନର ଲକ୍ଷ୍ୟ ତୁମେ ମୋର ସଫଳ।।

ତୁମ ହାତ ମୋ ହାତେ ଥିଲେ ହେବି ନାହିଁ କେବେ ବିଫଳ।।

ଧୀରେ ଧୀରେ ତୁମର ମୋର ପ୍ରେମ କାହାଣୀ ଆରମ୍ଭ ହେବ।

ଦେଖିବ ସତେ ଏ ସାରା ଜଗତ ପ୍ରିୟା ତୁମେ ମୋହର କହିବ।।

ଆଖିରେ ଆଖିରେ ମନ ମିଶେଇ ଦେଲି।

ତୁମ ପ୍ରେମ ପାଇବା ପାଇଁ ନିଜକୁ ତୁମ ଠାରେ ଦେଇ ଦେଲି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍