STORYMIRROR

ପବିତ୍ର ବେହେରା , ସମ୍ବଲପୁର

Others

2  

ପବିତ୍ର ବେହେରା , ସମ୍ବଲପୁର

Others

ପ୍ରେମ ର ବହି

ପ୍ରେମ ର ବହି

1 min
2.8K

 କେମିତି ଭାଙ୍ଗିଲୁ କହ

   ମୋର ଏ ମନ,

 ତୋ ପାଇଁ ଦେଖିଥିଲି ମୁଁ

   କେତେ ସପନ

ଛାତି ରେ ଥିଲୁ ତୁ ମୋର

    ହୋଇ ସ୍ପନ୍ଦନ,

ସ୍ପନ୍ଦନ ବିନା କି କହ

    ରହେ ଜୀବନ

ଭାବି ନିଜର ତୋତେ ମୁଁ

    କଲି ଭରସା,

ସେଇ ଭରସା ରେ ଦେଲୁ

     ବିଷ ବରଷ

ମୋ ଦେହରୁ ହୃଦୟ ତୁ

    ନେଇଛୁ କିଣି,

ଜିଇଁବି କେମିତି ଆଜି

    ପାରୁନି ଜାଣ

ମୋର ନିଶ୍ୱାସରେ ଥିଲୁ ତୁ

    ପରୀ ଟେ ହୋଇ ,

ତୁ ଚାଲିଗଲୁ ଆଜି ମୋ

    ବିଶ୍ୱାସ ଧୋଇ

ହେଲୁ ତୁ କେମିତି କହ

    ଏତେ ନିଷ୍ଠୁର,

ମୋ ହୃଦୟ କୁ ଭାଙ୍ଗିଲୁ

     ହୋଇ ପଥର

ଖୋଜୁଚି ତୋତେ ମୁଁ ଆଜି

    ହୋଇ ପାଗଳ,

ତୋ ପାଇଁ ଯାଉଛି ମୁହିଁ

      ଚନ୍ଦ୍ର ମଙ୍ଗଳ

ଜଣାପଡୁନାହିଁ ମୋତେ

    ତୋ ବିନା ଦିନ,

ସକାଳରୁ ସଞ୍ଜ ଖୋଜେ

      ତତେ ଏ ମନ

ମାଗିବୁ ଯଦି ତୁ ଦେବି

    ଆକାଶୁ ଜହ୍ନ,

ଫେରିଆ ତୁ ଥରେ ଖାଲି

     ମୋ ସୁନା ଧନ

ତୋ ବିରହର ବ୍ୟଥା ମୁଁ

    ପାରୁନି ସହି,

ଚିରିଛି ଆମର ଆଜି

      ପ୍ରେମ ର ବହି            


Rate this content
Log in