Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jeenashree Routray

Others

3  

Jeenashree Routray

Others

ପ୍ରେମ ପ୍ରତାରଣା

ପ୍ରେମ ପ୍ରତାରଣା

1 min
218


ତୁମ ପ୍ରେମ ସ୍ମୃତି     ମୋ ମନ ବେଳାରେ 

        ନିଇତି ପିଟୁଛି ମଥା 

ଭୁଲିବି ତ ନାହିଁ      ଭୁଲି ପାରିବିନି 

     ପ୍ରେମର ଅକୁହା କଥା "


ଏସବୁ ଭିତରେ     ସ୍ୱାର୍ଥପର ତୁମେ 

       ହୋଇପାରିଲ କେମିତି 

ଗରବ କରିଣ      ଭାଙ୍ଗିଲ ପ୍ରେମକୁ 

       ପ୍ରେମ ଭୁଲିଲ କେମିତି "


ଏତେ ଯେ ଗରବ    ଥିଲା ତୁମ ପାଖେ 

        ପ୍ରେମ କରିଲ କାହିଁକି 

ନବୁଝି ବିଚାରି       ପ୍ରେମ କରିଥିଲି 

        ତୁମ ରୁପକୁ ଦେଖିକି "


ଏତେ ପ୍ରେମ କରି    ଭଲ ପାଉଥିଲ 

        ଜାଣିପାରିଲିନି ମୋତେ 

ତୋତେ ଚିହ୍ନିବାରେ    ଭୁଲ ହୋଇଗଲା 

       ଏଭଳି କରୁଛୁ କେତେ "


ଏଡ଼େ ମାୟାବିନୀ    ସ୍ୱାର୍ଥପର ତୁମେ 

        ସ୍ୱାର୍ଥ ପାଇଁ ପ୍ରେମ କର 

ସ୍ୱାର୍ଥ ସରିଗଲେ     ମାରିବ ଗୋଇଠା 

        ନିଜ ମନକୁ ପଚାର "


ଆଖିରେ ମୋହର     ଲୁହ ଯେ ରହୁନି 

       ଚିହ୍ନି ପାରିଲିନି ତୋତେ 

ଏତେ ବଡ଼ ଭୁଲ      ଜୀବନେ କରିଲି 

       ପାଗଳ କରିଲୁ ମୋତେ "


ଏଡ଼େ ମାୟାବିନୀ     ଏଡ଼େ ଯେ ପିଶାଚୀ 

        ପ୍ରେମ ମୋ କ୍ଷମା ଦେବନି 

ଏମିତି ଛଳନା       କେବେ କରିବୁନି 

        ଭଗବାନ କ୍ଷମା ଦେବେନି "


Rate this content
Log in