Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Others

3  

Kalyani Nanda

Others

ପ୍ରେମ ପାଗଳିନୀ ନଦୀ

ପ୍ରେମ ପାଗଳିନୀ ନଦୀ

1 min
240


ଗିରି କନ୍ଦରୁ ଉଦବୃତ୍ତ ହୋଇ,ଉଚ୍ଛ୍ବସିତ ମନ ନେଇ

ନବ ଜନ୍ମ ପାଇ ଝରି ପଡୁ ତୁ ଚଳଚଞ୍ଚଳ ନିର୍ଝରିଣୀ,

ଶତ ଉତ୍ସାହ, ଆବେଗ ମନେ ନେଇ,ପ୍ରେମ ପାଗଳିନୀ,

ନଦୀ ତୁ,ନିଜ ଲକ୍ଷ୍ୟ ପଥେ ଯାଉ ଆଗେଇ ବାଧା ନ ମାନି ।


ପ୍ରସ୍ତର ଖଣ୍ଡ ସବୁ କେବେ ତୋ ଗତି ପଥ ପାରେନି ରୋକି ,

ଦୁଇ କୂଳ ଖାଇ ପ୍ରଖର ତୋ ସ୍ରୋତଧାର,ତୁ ଯେ ସ୍ରୋତସ୍ବିନୀ ,

ନୂତନ ଆଲୋକ ପରଶେ ,ନବ ନବ ଆଶା ଅନ୍ତରେ ନେଇ,

ନଦୀ, ତୁ ଏତେ ଚଞ୍ଚଳତା ନେଇ କୁଆଡେ ଯାଉ ଯେ ବହି ?


ସାଗର ସାଥେ ମିଳନର ଆଶା ନେଇ, ବ୍ୟାକୁଳ, ଉଦଭ୍ରାନ୍ତ ହୋଇ,

ନିର୍ବିଘ୍ନେ, ନିଜ ପଥ ବାଛି ଯାଉ ଆଗେଇ, ତୃଷିତ ର ତୃଷ୍ଣା ମେଣ୍ଟାଇ,

ଅବଶେଷେ ମହାସାଗର ସାଥେ ମିଶି ନିଜ ସତ୍ତା,ଅସ୍ତିତ୍ବ ଯାଉ ଭୁଲି,

ସତେ କି ପରମାତ୍ମା ସହ ଆତ୍ମା ଅନ୍ତିମ କ୍ଷଣେ ଯାଏ ଲୀନ ହୋଇ ।


Rate this content
Log in