STORYMIRROR

କଳ୍ପନା ରାୟ

Others

3  

କଳ୍ପନା ରାୟ

Others

ପ୍ରେମ ଓ ପ୍ରତାରଣା

ପ୍ରେମ ଓ ପ୍ରତାରଣା

1 min
230


ମନ ଓ ହୃଦୟର ଅପୂର୍ବ ମିଳନ ପ୍ରେମ

ଜାତି, ଧର୍ମ ବର୍ଣ୍ଣ,ଧନର ବହୁ ଉର୍ଦ୍ଧ୍ୱରେ

ନୁହେଁ ନାରୀ, ପୁରୁଷର ଦୈହିକ ମିଳନ 

ଏହା କାହା ସାଙ୍ଗରେ କାହାକୁ ବି ହୋଇପାରେ


ପ୍ରେମକୁ ନେଇ କେହି କେହି ଖେଳନ୍ତି

ସ୍ଵାର୍ଥ, ମଜଵୁରୀ, ଧନ ଲୋଭକୁ ସାଥି କରି

ଭରସା, ବିଶ୍ଵାସ, ତ୍ୟାଗ, ସମର୍ପଣ ଭାବ ଛାଡି

ମିଛ ସୁଖପାଇଁ ପ୍ରତାରଣା କରନ୍ତି


ବିଶ୍ଵାସ ହରାଇଥିବା ମଣିଷ ଝୁରିହୁଏ

ମାନବିକତା ଉପରେ ଆସ୍ଥା ହରାଏ

ସମସ୍ତଙ୍କୁ ମୁଖାପିନ୍ଧା ପରି ଦେଖେ

କ୍ଷତାକ୍ତ ହୁଏ ବା କ୍ଷତାକ୍ତ କରେ


ଜହ୍ନ ଆଲୋକ ପରି ଶୀତଳତା ପ୍ରଦାନକାରୀ

ପ୍ରେମ, ପ୍ରତାରଣା ସ୍ପର୍ଶରେ ମାୟା ହୁଏ

ସ୍ଵପ୍ନରେ ସ୍ୱପ୍ନରେ ଆଶାର କୁତଵମୀନାର ଗଢୁଥିଵା ପ୍ରେମ

ମଣିଷକୁ ମୂକ, ପଙ୍ଗୁ ଅଥର୍ବ କରିଦିଏ


ଆଜିର ସମାଜରେ ପ୍ରେମ ଏକ ସଉଦା

ସ୍ଵାର୍ଥ ପ୍ରତାରଣା ସିଡ଼ିରେ କରିଦିଏ ବିଦା

ଯୌବନ ନିଆଁରେ ମସଗୁଲ ମୂର୍ଖ ଜାଣେନା ଏକଥା

ପ୍ରତାରଣାରେ ସେ ହୁଏତ ହୁଏ କୁଆଁରୀ ମାତା


ପ୍ରେମ ଓ ପ୍ରତାରଣା ଦୁହେଁ ପରିପୂରକ

ଶତ୍ରୁ ବେଳକେ ପ୍ରେମ ନାଁରେ ମେଣ୍ଟାଏ ଭୋକ

ପ୍ରେମ ଆକାଶର ଝିଲମିଲ ତାରା

ପ୍ରତାରଣା କିନ୍ତୁ ଅଟେ ଚୁନାଚୁନା ବେଦନା




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ